fbpx

(Video) ପ୍ରଣୀତି ସିନ୍ଦେଙ୍କୁ ବାହା ହେବେ କି ରାହୁଲ ଗାନ୍ଧୀ, ସୋସିଆଲ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟକୁ ନେଇ ଦାବି କରାଯାଇଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଦଳର ନେତ୍ରୀ ପ୍ରଣୀତି ସିନ୍ଦେଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଅନଲାଇନରେ ଭାଇରାଲ ହେଉଥିବା ଅନେକ ଭିଡିଓରେ ସାମ୍ବାଦିକ ଏବଂ ୟୁଟ୍ୟୁବରମାନେ ମଧ୍ୟ ରାହୁଲ ଗାନ୍ଧୀ ଏବଂ ପ୍ରଣୀତି ସିନ୍ଦେଙ୍କ ବିବାହ ସମ୍ଭାବନା ଉପରେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି।

ଏକ୍ସରେ କିଛି ୟୁଜର୍ସ ଦାବି କରିଛନ୍ତି ଯେ, କଣ୍ଟେଣ୍ଟ କ୍ରିଏଟର ରାହୁଲ ଗାନ୍ଧୀ ଏବଂ ପ୍ରଣୀତି ସିନ୍ଦେଙ୍କ ମଧ୍ୟରେ ସଂପର୍କକୁ ଦେଖାଇବା ପାଇଁ ପ୍ରତିଦିନ ନୂଆ କଣ୍ଟେଣ୍ଟ ଅପଲୋଡ କରୁଛନ୍ତି। ଜଣେ ୟୁଜର୍ସ ଏହା ମଧ୍ୟ କହିଛନ୍ତି ଯେ, ବିବାହ ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ମେଣ୍ଟର କାରଣ ହୋଇପାରେ। ଅନ୍ୟ ଜଣେ ୟୁଜର୍ସ ପଚାରିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ପ୍ରଣୀତି ସିନ୍ଦେ ବିବାହ କରିବାକୁ ଯାଉଛନ୍ତି?

ଏହି ସମସ୍ତ ଗୁଜବ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁଇ ନେତାମାନଙ୍କ ପକ୍ଷରୁ ଏହା ଉପରେ କୌଣସି ଅଫିସିଆଲ ବିବୃତ୍ତି ଆସିନାହିଁ। ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାୟବରେଲୀର ସାଂସଦ ଅଟନ୍ତି, ଅନ୍ୟପଟେ ପ୍ରଣୀତି ସିନ୍ଦେ ମହାରାଷ୍ଟ୍ର ସୋଲାପୁରରେ ସାଂସଦ ଅଛନ୍ତି।

Get real time updates directly on you device, subscribe now.