fbpx

ସ୍ୱପ୍ନରେ ପରିବାରର ମୃତ ବ୍ୟକ୍ତିଙ୍କୁ ଦେଖିବା ଦିଏ ଏହି ସବୁ ସଙ୍କେତ

ନୂଆଦିଲ୍ଲୀ: ଆମେ ନିଦରେ ଶୋଇବା ସମୟରେ ଅନେକ ସ୍ୱପ୍ନ ଦେଖିଥାଉ । ଅନେକ ସମୟରେ ଆମେ ଆମ ପରିବାରର କୌଣସି ମୃତ ବ୍ୟକ୍ତିଙ୍କୁ ମଧ୍ୟ ନିଘୋଡ ନିଦରେ ଦେଖୁ । ଏହି ସ୍ୱପ୍ନକୁ ନେଇ ହେତୁବାଦୀଙ୍କ ମତ, ଏଥିରେ କୌଣସି ସଙ୍କେତ ନାହିଁ । ଅବଚେତନ ଅବସ୍ଥାରେ କିଛି ଗୋଟେ ଦୃଶ୍ୟମାନ ହୁଏ । କିନ୍ତୁ ସ୍ୱପ୍ନ ଶାସ୍ତ୍ର ଉପରେ ଜ୍ଞାନ ରଖିଥିବା ବ୍ୟକ୍ତିଙ୍କ କହିବା କଥା, ଏହା ଆଗାମୀ ଦିନ ପାଇଁ ଆମକୁ ଅନେକ କିଛି ସଙ୍କେତ ଦେଇଥାଏ । ତେବେ ସ୍ୱପ୍ନରେ ପୂର୍ବ ପୁରୁଷଙ୍କୁ ଦେଖିବାକୁ ନେଇ ରହିଛି ଅନେକ ତଥ୍ୟ । ଆସନ୍ତୁ ଜାଣିବା କଣ କୁହନ୍ତି ସ୍ୱପ୍ନ ଶାସ୍ତ୍ର ବିଶେଷଜ୍ଞ ।

– ସ୍ୱପ୍ନରେ ମୃତ ମାତା, ପିତାଙ୍କୁ ଦେଖିବା ଅତି ଶୁଭ । ଏହା ଦର୍ଶାଇଥାଏ କି, ସେମାନଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ଆଶୀର୍ବାଦ ଆପଣଙ୍କ ସହ ରହିଛି । ଆପଣଙ୍କୁ ବହୁ ଶୀଘ୍ର କାମରେ ସମ୍ମାନ ମିଳିବ ବା ପଦୋନ୍ନତି ମିଳିବ ।

– ଯଦି ସ୍ୱପ୍ନରେ ପୂର୍ବ ପୁରୁଷଙ୍କୁ ହସୁଥିବା ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ । ସେମାନେ ଆପଣଙ୍କ ଦ୍ୱାରା କରାଯାଉଥିବା କୌଣସି ଶୁଭ କାମରେ ବେଶ ସନ୍ତୁଷ୍ଟ ଅଛନ୍ତି । ସେମାନଙ୍କ ସନ୍ତୁଷ୍ଟି ଆପଣଙ୍କୁ ଭବିଷ୍ୟତରେ ବହୁ ସଫଳତା ଓ ଧନ, ସମ୍ପତ୍ତି ପ୍ରଦାନ କରିବ ।

-ନିଦରେ ପୂର୍ବଜଙ୍କୁ କାନ୍ଦିବା ଓ ରାଗିବା ସ୍ଥିତିରେ ଦେଖିବା ଭଲ ନୁହେଁ । ଭବିଷ୍ୟତରେ କୌଣସି ଅଘଟଣର ସଙ୍କେତ । ତେଣୁ ତୁରନ୍ତ ନିର୍ଧନକୁ ଦାନ ଧର୍ମ କରିବା ଉଚିତ ।

– ସ୍ୱପ୍ନରେ ପୂର୍ବ ପୁରୁଷ ଆପଣଙ୍କ ସହ କଥା ହେଉଥିବା ଦେଖିଲେ ଜାଣି ରଖନ୍ତୁ କି, ଭବିଷ୍ୟତରେ କୌଣସି ଅଘଟଣର ଶିକାର ହେବାକୁ ଯାଉଛନ୍ତି । ତେଣୁ ସତର୍କ ହୋଇ ଚଳନ୍ତୁ।

Get real time updates directly on you device, subscribe now.