fbpx

Video; ଭାଇରାଲ୍ ହେବାକୁ ଅହିରାଜ ଫଣାକୁ କାମୁଡ଼ି ଧରିଲେ ଯୁବକ, ପାଟିରେ ବିଷ ଛାଡ଼ିଦେଲା ସାପ, ତା’ ପରେ…

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ୨୦ ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ପାଇଁ ଅହିରାଜ ଫଣାକୁ ପାଟିରେ କାମୁଡ଼ି ମୃତ୍ୟୁ ବରଣ କରିଛନ୍ତି। ୱାରାଙ୍ଗଲ ଜିଲ୍ଲାର ଦେଶାଇପେଟ ଗାଁର ବାସିନ୍ଦା ମୋଚି ଶିବରାଜ ଜଣେ ସାପ ଧରାଳିଙ୍କ ପୁଅ ଥିଲେ। ଶିବରାଜ ତାଙ୍କ ପିତା ଗଙ୍ଗା ରାମଙ୍କଠାରୁ ମୌଳିକ ସାପ ଧରିବା ପ୍ରଶିକ୍ଷଣ ନେଇଥିଲେ ଏବଂ ପୂର୍ବରୁ ସେ ଦୁଇ ମିଟର ଲମ୍ବା ନାଗ ଧରିଥିବାର ଫଟୋ ପୋଷ୍ଟ କରିଥିଲେ।

ହେଲେ ଏଥର ରିଲ୍ କରିବାକୁ ଯାଇ ଶିବରାଜ ସାପର ମୁଣ୍ଡକୁ ପାଟିରେ ରଖିଥିଲେ। ତେବେ ଷ୍ଟଣ୍ଟ ସମୟରେ ସାପଟି ତାଙ୍କୁ କାମୁଡ଼ି ସିଧାସଳଖ ପାଟିରେ ବିଷ ଇଞ୍ଜେକ୍ଟ୍ କରି ଦେଇଥିଲା। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ଶିବରାଜ ରାସ୍ତା ମଝିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଅହିରାଜକୁ ପାଟିରେ ରଖିଥିବା ବେଳେ ତାଙ୍କର ଦୁଇ ହାତ ଯୋଡ଼ି ହୋଇ ରହିଛି । ଗୋଟିଏ ପିଲା ତାଙ୍କୁ ପଛପଟୁ ଦେଖୁଛି ଏବଂ ତାଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଉଛି ।

କିଛି ସେକେଣ୍ଡ ପାଇଁ ପୁଅ ଅହିରାଜକୁ ପାଟିରେ ରଖି କ୍ୟାମେରା କୁ ଚାହିଁ ରହୁଛି । ସାପଟି ବାହାରକୁ ବାହାରିବା ପାଇଁ ସଂଘର୍ଷ କରୁଥିବା ବେଳେ ସେ ନିଜ ଆଙ୍ଗୁଠି ମଧ୍ୟ ଦେଖାଉଥିବା ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓର ଖବର ଅନୁଯାୟୀ, ଏହା ପରେ ତାଙ୍କୁ ସାପ କାମୁଡିବାରୁ ତାଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.