fbpx

ଦୀଘା ବଜାରରେ ଇଲିସି ମାଡ, କୁଇଣ୍ଟାଲ କୁଇଣ୍ଟାଲ ହେଉଛି ବିକ୍ରି

ବାଲେଶ୍ୱର: ଜାଲରେ ପଡିଲା କୁଇଣ୍ଟାଲ, କୁଇଣ୍ଟାଲ ଇଲିସି । ଏତେ ମାଛ ପଡିଲା କି, ଲୋକ ବୋହିନେଲେ ଘରକୁ । ଫଳରେ ମତ୍ସଜୀବୀଙ୍କ ବ୍ୟବସାୟ ଜମିଛି । କିଛି ଦିନ ଧରି ଇଲିସି କମ ଧରିବାରୁ ଗ୍ରାହକ ଓ ମତ୍ସ୍ୟଜୀବୀ ନିରାଶ ହୋଇପଡିଥିବାରୁ ଏବେ ସମସ୍ତଙ୍କ ମୁହଁରେ ଖୁସି । ଏମିତି ଦେଖିବାକୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତରେ ।

ଭୋଗରାଇ ସୀମାନ୍ତ ଦୀଘା ମୁହାଣରେ ହଠାତ୍ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା କୁଇଣ୍ଟାଲ, କୁଇଣ୍ଟାଲ ଇଲିସି ମାଛ । ଏତେ ମାଛ ଦେଖି ମତ୍ସ୍ୟଜୀବୀଙ୍କ ଖୁସି କହିଲେ ନସରେ । ପୂର୍ବ ଦୁଃଖ ଭୁଲି ଗଲେ ଧୀବରା କାରଣ କିଛି ବର୍ଷ ଧରି ଗ୍ରାହକଙ୍କ ଚାହିଦା ପୂରଣ କରିପାରୁନଥିଲେ ମତ୍ସ୍ୟଜୀବୀ । ଇଲିସି ଯେମିତି ସ୍ୱପ୍ନ ହୋଇଯାଇଥିଲା ସେମାନଙ୍କ ପାଇଁ ।

କିନ୍ତୁ ଲଘୁଚାପ ପାଇଁ ବଙ୍ଗୋପସାଗରରେ ଇଲିସି ମିଆଁମାର ଓ ବଙ୍ଗ ସମୁଦ୍ରରୁ ଭାରତ ମୁହାଁ ହୋଇଛନ୍ତି । ଫଳରେ ମତ୍ସ୍ୟଜୀବୀଙ୍କ ଗୋଟିଏ ଲେଖା ଜାଲରେ ଧରାପଡୁଛି କୁଇଣ୍ଟାଲ ପରି ଇଲିସି । ଯାହାକୁ ନେଇ ଦିଘା ବଜାରରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଲୋକେ ଘରକୁ ବୋହି ନେଉଛନ୍ତି ପସନ୍ଦର ଇଲିସି ମାଛ । ତଥାପି ଦରରେ ଆସୁନି କମିା କେଜି ପିଛା ହଜାର ଟଙ୍କା ଲେଖାରେ କିଏ କେଜିଏ ନେଉଛି ତ ପୁଣି କିଏ ଦୁଇ କେଜି ।

Get real time updates directly on you device, subscribe now.