fbpx

କନ୍ୟା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୫ ରାଶି ରୁହନ୍ତୁ ସତର୍କ, ହୋଇପାରେ ଏହି ସମସ୍ୟା

ଓଡ଼ିଶା ଭାସ୍କର: ଗ୍ରହମାନଙ୍କ ରାଜା ସୂର୍ଯ୍ୟଙ୍କ ପ୍ରବେଶ ବୁଧ ଘର କନ୍ୟାରେ ହେବାକୁ ଯାଉଛି । ସୂର୍ଯ୍ୟ କନ୍ୟା ରାଶିରେ ୧୬ ସେପ୍ଟେମ୍ବର ସଂଧ୍ୟା ୭ଟା ୫୨ ମିନିଟରେ ଗୋଚର କରିବେ । ସେ ୧୭ ସେପ୍ଟେମ୍ବର ସଂଧ୍ୟା ୭ଟା ୫୨ ମିନିଟରେ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ । ତେବେ ଏହି ସୂର୍ଯ୍ୟ ଗୋଚରର ନକରାତ୍ମକ ପ୍ରଭାବ ୫ଟି ରାଶି ଉପରେ ପଡିବାକୁ ଯାଉଛି । ସେମାନେ ଆର୍ଥିକ ସମସ୍ୟା, ଯଶ କୀର୍ତ୍ତି ହ୍ରାସ ପାଇବା ସହ କାର୍ଯ୍ୟରେ ଅସଫଳତା ଭୋଗୀ ପାରନ୍ତି । ଆସନ୍ତୁ ଜାଣିବା ଏହି ବିଷୟରେ..

ମେଷ: କନ୍ୟା ରାଶିରେ ସୂର୍ଯ୍ୟ ଗୋଚର କରିବାରେ ମେଷ ରାଶିର ଲୋକଙ୍କ ଉପରେ ଅଶୁଭ ପ୍ରଭାବ ପଡିପାରେ । ଏହି କାରଣରୁ ଆପଣଙ୍କ ଲଭ ଲାଇଫ ଭଲ ନ ଚାଲିବା ସହ ପାରିବାରିକ ବିବାଦ ଉପୁଜିପାରେ । କ୍ରୋଧ ଯୋଗୁଁ ଲଭ ପାର୍ଟନରଙ୍କ ସହ ସଂପର୍କ ଖରାପ ହୋଇପାରେ । ଏଥିରେ ଆପଣଙ୍କୁ ଶାନ୍ତ ରହିବା ଆବଶ୍ୟକ ।

ତୁଳା ରାଶି: ସୂର୍ଯ୍ୟ ଗୋଚରରେ ତୁଳା ରାଶିର ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ୧୬ରୁ ୧୭ ଅକ୍ଟୋବର ମଧ୍ୟରେ ଆପଣଙ୍କୁ ନିଜ ଅନାବ୍ୟଶକ ଖର୍ଚ୍ଚ ଉପରେ ଧ୍ୟାନ ଦେବାକୁ ପଡିବ । ଧନ କମ ପାଇଁ ଆପଣଙ୍କ କାମ ଅଟକିପାରେ । ଏହି ସମୟରେ ଆପଣଙ୍କ ଶତ୍ରୁ ସକ୍ରିୟ ରହିବେ, ଯେଉଁଥିରେ ଆପଣଙ୍କୁ ଅନେକ କ୍ଷତି ହୋଇପାରେ ।

ମକର: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁମକର ରାଶିର ଲୋକେ ସାବଧାନ ରୁହନ୍ତୁ । ମନକୁ ଶାନ୍ତ ରଖି କାମ କରିବା ଆବଶ୍ୟକ । କର୍ମ କ୍ଷେତ୍ରରେ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କଥାବର୍ତ୍ତାରେ ସନ୍ତୁଳନ ବ୍ୟବହାର କରନ୍ତୁ । ଏହା ଦ୍ୱାରା ଆପଣଙ୍କ ସମ୍ମାନକୁ ହାନି ହୋଇପାରେ ।

କୁମ୍ଭ: ସୂର୍ଯ୍ୟଙ୍କ ଗୋଚରରେ କୁମ୍ଭ ରାଶିର ଲୋକେ ଆର୍ଥିକ ସଂକଟ ଦେଇ ଗତି କରିପାରନ୍ତି । ଏହି କାରଣରୁ ଆପଣଙ୍କୁ ଗୋଟିଏ ମାସ ପର୍ଯ୍ୟନ୍ତ ଭଲ ପ୍ରବନ୍ଧନ କରିବା ଆବଶ୍ୟକ । ଅନାବଶ୍ୟକ ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ । ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ ।

ମୀନ: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନରେ ମୀନ ରାଶିର ଲୋକଙ୍କ ପାଇଁ ନକରାତ୍ମକ ପ୍ରଭାବ ପଡିପାରେ । କ୍ୟାରିୟରରେ ଆପଣଙ୍କୁ ସଫଳତା ନ ମିଳିବା କାରଣରୁ ଦୁଃଖ ଦେଇପାରେ । କର୍ମକ୍ଷେତ୍ରରେ କୌଣସି କର୍ମଚାରୀଙ୍କ ସହ ଆପଣଙ୍କ ଝଗଡା ହୋଇପାରେ । ଆପଣଙ୍କ ଭିତରେ ଅହଙ୍କାର ବଢିପାରେ, ଏହି ସମୟରେ ଆପଣ ଏହି ସମସ୍ତ ଜିନିଷ ସମେତ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ।

Get real time updates directly on you device, subscribe now.