fbpx

ଆଳୁ ପେଟିରେ ବିରାଟକାୟ ଅଜଗରକୁ ଦେଖି ହୋଟେଲ ହୋଇଗଲା ଖାଲି

ପୁଣେ: ସାପ କଥା ମନେ ପଡିଲେ ଭୟରେ ଶରୀରରେ ସିହରଣ ସୃଷ୍ଟି ହୁଏ । ଆଉ ଯଦି ଆଗରେ ବିରାଟକାୟ ଅଜଗର ଦେଖିବେ, ତେବେ ଅବସ୍ଥା କଣ ହେବ ଭାବିଛନ୍ତି? ମହାରାଷ୍ଟ୍ରର ଚନ୍ଦ୍ରପୁର ସହରର ଏକ ହୋଟେଲ ଭିତରେ ଥିବା ଆଳୁ ପେଟି ଭିତରେ ୮ ଫୁଟର ଅଜଗର ଦେଖି କର୍ମଚାରୀଙ୍କ ଭିତରେ ଖେଳିଗଲା ଭୟ । ଭୟରେ କର୍ମଚାରୀ ହୋଟେଲ ଛାଡି ଧାଇଁଲେ ବାହାରକୁ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳୁଛି କି, ହୋଟେଲର ଆଳୁ ପେଟି ଭିତରେ ଅଜଗର ଶାନ୍ତିରେ ଶୋଇଛି । ଆଳୁ ଆଣିବାକୁ ଯାଇଥିବା କର୍ମଚାରୀ ପେଟି ନିକଟରେ ପହଞ୍ଚିବା ପରେ ପେଟିକୁ ଦେଖି ସେଠାରେ ହିଁ କାଠ ହୋଇ ଠିଆହୋଇଯାଇଥିଲା କିଛି ସମୟ ପାଇଁ । ବହୁ କଷ୍ଟରେ କିଛି ସେକେଣ୍ଡ ପରେ ପ୍ରକୃତିସ୍ଥ ହୋଇ ସେଠାରୁ ବାହାରକୁ ଆସି ଅନ୍ୟ କର୍ମଚାରୀଙ୍କ କହିଥିଲା କି ଆଳୁ ପେଟିରେ ବିରାଟ କାୟ ଅଜଗର ଶୋଇଛି ।

ଭୟରେ କର୍ମଚାରୀ ହୋଟେଲ ଛାଡି ବାହାରକୁ ବାହାରି ଯିବା ସହ ମାଲିକଙ୍କୁ ଫୋନ କରିଥିଲେ । ମାଲିକ ଆସିବା ପରେ ସ୍ନେକ ରେସ୍କ୍ୟୁ ଟିମକୁ ଖବର ଦେଇଥିଲେ ମାଲିକ । କିଛି ସମୟ ପରେ ଟିମ ହୋଟେଲରେ ପହଞ୍ଚି ବହୁ କଷ୍ଟରେ ସାପକୁ ଏକ ବସ୍ତାରେ ଭରିଥିଲେ ଓ ସେଠାରୁ ତାକୁ ନେଇ ଜଙ୍ଗଲ ଭିତରେ ଥିବା ପାଣି ନାଳ ନିକଟରେ ଛାଡି ଦେଇଥିଲେ ।

ଏହି ଘଟଣାକୁ ନେଇ ସେହି ସ୍ଥାନରେ ଦୀର୍ଘ ସମୟ ପାଇଁ ଲୋକଙ୍କ ଗହଳି ବଢିଯାଇଥିଲା । ଅଜଗର ଆଳୁ ପେଟିରେ ଶୋଇବା ଓ ତାକୁ ଧରି ଜଙ୍ଗଲରେ ଛାଡିବାର ଭିଡିଓ ଏବେ ଭାଇରାଲ ହେଉଛି ।

Get real time updates directly on you device, subscribe now.