fbpx

ନିର୍ମାଣ ଶ୍ରମିକ ଓ ସେବା ଯୋଗାଣକାରୀଙ୍କ ପାଇଁ ବହୁଳ ନିଯୁକ୍ତି ସୁଯୋଗ, ମାସିକ ଦରମା ଦେଢ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଭାରତୀୟ ବିରୋଜଗାର ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଚାକିରି ଆଶାୟୀଙ୍କ ପାଇଁ ବିଦେଶରେ ରହିଛି ଅପୂର୍ବ ସୁଯୋଗ । ଦେଶରେ ଯେଉଁ କାମ ପାଇଁ ପାଇବେ ୨୦ହଜାର ଟଙ୍କା ବିଦେଶରେ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା । ଆଉ ଏମିତି ସୁଯୋଗ ଦେଇଛି ଇଜରାଇଲ ।
ଇଜରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ବମ୍ପର ନିଯୁକ୍ତି ସୁଯୋଗ ଦେବାକୁ ଇଜରାଏଲ ପ୍ଲାନ କରୁଛି । ଏଥିରେ ୧୦ହଜାର ନିର୍ମାଣ ଶ୍ରମିକ ଓ ୫ ହଜାର ସେବା ପ୍ରଦାନ କାରୀଙ୍କୁ ଭାରତରୁ ନେବାକୁ ଇଛା ପ୍ରକାଶ କରୁଛନ୍ତି ନେତାନ୍ୟାହୁଙ୍କ ସରକାର । ଚଳିତ ବର୍ଷ ଆରମ୍ଭରେ ମଧ୍ୟ ଇଜରାଇଲ ଭାରତରୁ ଶ୍ରମିକ ନିଯୁକ୍ତି କରିବାକୁ ଅନୁରୋଧ କରିଥିଲା ।
ଏହି ଶ୍ରମିକଙ୍କ ମଧ୍ୟରେ ରହିବେ ଫ୍ରେମ ୱାର୍କ, ଆଇରନ ବେଣ୍ଡିଂ, ପ୍ଲାଷ୍ଟରିଂ ଓ ସେରାମିକ ଟାଇଲିଂ ଶ୍ରମିକ । ଏହି ଶ୍ରମିକ ନିଯୁକ୍ତି ପାଇଁ ଇଜରାଇଲରୁ ଏକ ପ୍ରତିନିଧି ମଣ୍ଡଳି ଭାରତକୁ ଆସିବାକୁ ଯାଉଛନ୍ତି । ଏଥିରେ ପପୁଲେସନ, ଇମିଗ୍ରେସନ,ଇଜରାଏଲ ବୋର୍ଡ ଅଫ ଅଥୋରିଟି (ପିଆଇବିଏ) ଅଧିକାରୀ ରହିବେ ।
ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଇଜରାଏ ବର୍ତ୍ତମାନ ୫ହଜାର ସେବା ସହାୟକ ଆବଶ୍ୟକ କରୁଛିା ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ୧୦ମ ହୋଇଥିବ ଓ କୌଣସି ଜଣାଶୁଣା ଶିକ୍ଷାନୁଷ୍ଠାନରୁ ସାର୍ଟିଫିକେଟ ପାଇଥିବେ । ଏଥିସହ ସେବା ଯୋଗାଇବା ପାଇଁ ଅନ୍ୟୁନ ୯୯୦ ଘଣ୍ଟାର ଅଭିଜ୍ଞତା ରହିଥିବ ।
ପୂର୍ବରୁ ହୋଇଥିବା ନିଯୁକ୍ତିରେ ୧୦,୩୪୯ ନିର୍ମାଣ ଶ୍ରମିକଙ୍କ ସିଲେକ୍ସନ ହୋଇଥିଲା । ଏମାନଙ୍କ ମାସିକ ଦରମା ରହିଥିଲା ୧,୯୨ ଲକ୍ଷ । ଏଥିସହ ମେଡିକାଲ ଇନସୁରାନ୍ସ, ଖାଦ୍ୟ, ରହିବା ଖର୍ଚ୍ଚ ବାବଦକୁ ମାସିକ ୧୬,୫୧୫ ଟଙ୍କା ମିଳୁଥିଲା ।

Get real time updates directly on you device, subscribe now.