fbpx

ସାମୁଦ୍ରିକ ଝଡ଼ ‘ୟାଗି’ରେ ୧୨୭ ଜଣଙ୍କ ମୃତ୍ୟୁ; ଏବେବି ବନ୍ୟା ପାଣିରେ ଜୀବନର ସତ୍ତା ଖୋଜୁଛି ଭିଏତନାମ

ନୂଆଦିଲ୍ଲୀ: ଭିଏତନାମରେ ୟାଗି ବାତ୍ୟାରେ ଏପର୍ଯ୍ୟନ୍ତ ୧୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୪ ଜଣ ନିଖୋଜ ଅଛନ୍ତି । ଶନିବାରଠାରୁ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ବାତ୍ୟା ସୃଷ୍ଟି ହୋଇଛି । ଭୂସ୍ଖଳନ ଯୋଗୁଁ ସ୍ଥିତି ଆହୁରି ସ୍ଥିତି ଖରାପ ହୋଇଛି । ଉତ୍ତର ଭିଏତନାମରେ ହଜାର ହଜାର ଲୋକ ଘର ଛାତ ଉପରେ ଫସି ରହିଛନ୍ତି । ଗତ ୩୦ ବର୍ଷ ମଧ୍ୟରେ ଭିଏତନାମରେ ସାମୁଦ୍ରିକ ଝଡ଼ ‘ୟାଗି’ ହେଉଛି ସବୁଠାରୁ ଶକ୍ତିଶାଳୀ ଝଡ଼, ଯାହା ଭିଏତନାମର ଉତ୍ତର ଭାଗରେ ବିପର୍ଯ୍ୟୟ ସୃଷ୍ଟି କରିଛି ।

ଫୁ ଥୋ ପ୍ରଦେଶର ଫୋଙ୍ଗ ଚାଉ ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଅନେକ ଯାନବାହନ ପାଣି ଘେରରେ ରହିଛି ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି । ୟାଗି ବାତ୍ୟାରେ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ପବନ ବହିଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ପୋଲ, ଅନେକ କୋଠା ଭୁଶୁଡ଼ି ପଡ଼ିଛି । ଭିଏତନାମ ପୂର୍ବରୁ ଦକ୍ଷିଣ ଚୀନ୍ ଓ ଫିଲିପାଇନ୍ସରେ ମଧ୍ୟ ୟାଗି ଝଡ଼ ଯୋଗୁଁ ୨୪ ଜଣ ପ୍ରାଣ ହରାଇଛନ୍ତି । ଏବେବି ବନ୍ୟା ପାଣିରେ ଜୀବନର ସତ୍ତା ଖୋଜୁଛନ୍ତି ବିଭିନ୍ନ ଉଦ୍ଧାରକାରୀ ଦଳ ।

Get real time updates directly on you device, subscribe now.