fbpx

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ: ମାମଲା ରୁଜୁ, ଦଳ କହିଲା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ

ନୂଆଦିଲ୍ଲୀ: ଶିଖ୍ ସଂପ୍ରଦାୟ ସହିତ ଜଡିତ  ବୟାନ ଦେଇ ପୁଣି ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜନୀତିରେ ମଧ୍ୟ ଝଡ ଦେଖାଦେଇଛି । ଏହାରି ଭିତରେ ରାହୁଲଙ୍କ ବୟାନକୁ ବିଜେପି ବିରୋଧ କରି ସୋନିଆ ଗାନ୍ଧୀଙ୍କ ଦିଲ୍ଲୀସ୍ଥିତ ବାସଭବନ ବାହାରେ ବିରେୋଧ ପ୍ରଦର୍ଶନ କରିଥିଲା । ଏହି ପ୍ରଦର୍ଶନ ସମୟରେ ବିଜେପି ନେତା ତରବିନ୍ଦର ସିଂ ମାରୱା ରାହୁଲ ଗାନ୍ଧୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କଂଗ୍ରେସ ତରବିନ୍ଦର ସିଂ ମାରୱାଙ୍କ ବିରୋଧରେ ମାମଲା ଦାୟର କରିଥିବା ନେଇ ଚର୍ଚ୍ଚା ହେଉଛି ।

ଏହି ପ୍ରଦର୍ଶନ ସମୟରେ ବିଜେପି ନେତା ତଥା ପୂର୍ବତନ ବିଧାୟକ ତରବିନ୍ଦର ସିଂ କହିଥିଲେ, ରାହୁଲ ଗାନ୍ଧୀ ଏହା ବନ୍ଦ କର । ନଚେତ ଭବିଷ୍ୟତରେ ତୁମେ ଜେଜେ ମା ଭଳି ଭୋଗିବ । ଏହି ସମୟରେ ବିଜେପି ଶିଖ ସେଲ୍ କହିଛି ଯେ, ରାହୁଲ ଗାନ୍ଧୀ ଆମେରିକାରେ ଭାରତ ଏବଂ ଶିଖମାନଙ୍କୁ ଅପମାନିତ କରିଛନ୍ତି। ସେ ଆମ ଦେଶକୁ ବିଦେଶୀ ମାଟିରେ ବଦନାମ କରିଥିଲେ ।  ଏଥିପାଇଁ ସେ କ୍ଷମା ମାଗିବା ଉଚିତ୍ । ପ୍ରକାଶଥାଉକି, ଆମେରିକା ଗସ୍ତ ସମୟରେ ରାହୁଲ ଗାନ୍ଧୀ କହିଥିଲେ, ଭାରତର ଶିଖ ସମ୍ପ୍ରଦାୟ ମଧ୍ୟରେ ସେମାନଙ୍କୁ ପଗଡି ଏବଂ ବ୍ରେସଲେଟ୍ ପିନ୍ଧିବାକୁ ଅନୁମତି ଦିଆଯିବ କି ନାହିଁ । ସେମାନେ କଣ ଗୁରୁଦ୍ବାର ଯାଇ ପାରିବେ । ଏହା କେବଳ ଶିଖମାନଙ୍କ ପାଇଁ ନୁହେଁ ବରଂ ସମସ୍ତ ଧର୍ମର ଲୋକମାନଙ୍କ ପାଇଁ ଚିନ୍ତାର ବିଷୟ । କଂଗ୍ରେସ ତରବିନ୍ଦର ସିଂଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ।

 

Get real time updates directly on you device, subscribe now.