fbpx

କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଥିଲେ ଆପଣାନ୍ତୁ ଏହି ଟିପ୍ସ, ପାଇବେ ସଫଳତା

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ଏହା ବ୍ୟତୀତ ମେଡିକାଲ୍‌ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡ୍‌ମିଶନ ପାଇଁ ମଧ୍ୟ ଜଣକୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହାଜର ହେବାକୁ ପଡିଥାଏ। ପ୍ରତ୍ୟେକ ଛାତ୍ରଛାତ୍ରୀ ତାଙ୍କ ଜୀବନର କେବେ ନା କେବେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି।

ତେବେ ପ୍ରତ୍ୟେକ ପିଲାଙ୍କର ଜ୍ଞାନର ସ୍ତର ସମାନ ହୋଇ ନ ଥାଏ। ଏପରି ପରିସ୍ଥିତିରେ, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେବାକୁ ହେଲେ କୌଣସି ଏକ ନିର୍ଦ୍ଦିଷ୍ଟ ମୂଳମନ୍ତ୍ର ସମସ୍ତଙ୍କ ପାଇଁ ଉପଯୁକ୍ତ ହୋଇ ନ ପାରେ। ପ୍ରତ୍ୟେକ ପିଲା ନିଜ ନିଜ ହିସାବରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି ଏବଂ ସଫଳତା ହାସଲ କରନ୍ତି।

ଅନେକ ସମୟରେ ଏହା ମଧ୍ୟ ଦେଖାଯାଏ ଯେ ଭଲ ପ୍ରସ୍ତୁତି ସତ୍ତ୍ୱେ କିମ୍ବା ଭୁଲ ପ୍ୟାଟର୍ନରେ ପ୍ରସ୍ତୁତି ହେତୁ ପିଲାମାନେ ପରୀକ୍ଷାରେ ବିଫଳ ହୁଅନ୍ତି। କିନ୍ତୁ ଏମିତି କିଛି ଟିପ୍ସ ଅଛି ଯାହା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଉପଯୋଗୀ ହୋଇପାରେ। ଆପଣ ଯଦି ଏହି ଟିପ୍ସଗୁଡିକୁ ମାନିବେ ତେବେ ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାକୁ କ୍ଲିୟର କରିବା ସହଜ ହୋଇଯିବ।

ଟାଇମ୍ ଟେବୁଲ୍ ପ୍ରସ୍ତୁତ:
ପରୀକ୍ଷା ସମୟରେ ସମୟକୁ ପରିଚାଳନା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଏକ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବା ଜରୁରୀ। ଏକ ଉଚିତ ଟାଇମ୍ ଟେବୁଲ୍ ପ୍ରସ୍ତୁତି ହେତୁ ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି ହେଲେ ଭଲ ହୋଇଥାଏ।

ଆବଶ୍ୟକତା ଅନୁଯାୟୀ ପ୍ରାଥମିକତା:
ଆପଣଙ୍କ କାର୍ଯ୍ୟକୁ ପ୍ରାଥମିକତା ଦେବା ଜରୁରୀ ଅଟେ। ସେହି ବିଷୟଗୁଡିକ ଉପରେ ଅଧିକ ଯାହା ଆପଣଙ୍କ ପାଇଁ ବେଶି ଆହ୍ୱାନପୂର୍ଣ୍ଣ। କାରଣ ଏହିସବୁ ବିଷୟ ଅଧିକ ସମୟ ଏବଂ ପରିଶ୍ରମ ଆବଶ୍ୟକ କରେ। ତେଣୁ ସେହିସବୁ କାର୍ଯ୍ୟଗୁଡ଼ିକୁ ତାଲିକାଭୁକ୍ତ କରନ୍ତୁ ଯାହାକୁ ଆପଣ ସଂପୂର୍ଣ୍ଣ କରିବା ନିହାତି ଆବଶ୍ୟକ।

କ୍ୟାଲେଣ୍ଡର ବ୍ୟବହାର:
ପରୀକ୍ଷା ସମୟରେ ଆପଣଙ୍କ ସମୟ ପରିଚାଳନା କରିବାକୁ ଆପଣ କ୍ୟାଲେଣ୍ଡର ବିଜ୍ଞପ୍ତି ବ୍ୟବହାର କରିବା ଉଚିତ। ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଆପଣଙ୍କର କ୍ୟାଲେଣ୍ଡରକୁ ବ୍ଲକ୍ କରନ୍ତୁ ଏବଂ ସେହି ସମୟ ମଧ୍ୟରେ ଅଧ୍ୟୟନ ଉପରେ ଧ୍ୟାନ ଦିଅନ୍ତୁ। ପ୍ରସ୍ତୁତି ସମୟରେ ବିରକ୍ତିଭାବ ଆସିଲେ, ଏକ ବିରତି ନିଅନ୍ତୁ। କାରଣ ଏହା ଆପଣଙ୍କୁ ଏକାଗ୍ର କରିବାରେ ସାହାଯ୍ୟ କରିବ।

ଫୋନକୁ ବନ୍ଦ ରଖନ୍ତୁ:
ଅଧ୍ୟୟନ ସମୟରେ ବିଭ୍ରାଟକୁ ଏଡାଇବା ପାଇଁ, ଆପଣଙ୍କର ଫୋନ୍ ଏବଂ ଅନ୍ୟାନ୍ୟ ବିଭ୍ରାନ୍ତକାରୀ ଉପକରଣଗୁଡ଼ିକୁ ବନ୍ଦ ରଖନ୍ତୁ। ପଢିବା ପାଇଁ ଏପରି ଏକ କୋଠରୀ କିମ୍ବା ସ୍ଥାନ ବାଛିବାକୁ ଚେଷ୍ଟା କରନ୍ତୁ ଯେଉଁଠାରେ କୌଣସି କୋଳାହଳ ନ ଥିବ।

ପଢା ମଝିରେ ବ୍ରେକ୍:
ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ ନା କାହିଁକି ପଢା ମଝିରେ ବ୍ରେକ୍ ନେବା ଜରୁରୀ। ନିରନ୍ତର ଅଧ୍ୟୟନ କରନ୍ତୁ ନାହିଁ। କାରଣ ଆପଣ ଯାହା ପଢୁଥିବେ ତାହା ଭୁଲିଯିବେ। ଏହା ବ୍ୟତୀତ, ଆପଣଙ୍କର ଧ୍ୟାନ ଅଧ୍ୟୟନରୁ ବିଚଳିତ ହୋଇପାରେ। ତେଣୁ ଅଧ୍ୟୟନ ସମୟରେ ୧୫ ମିନିଟର ବିରତି ନେବା ଭଲ ବୋଲି ବିବେଚନା କରାଯାଏ।

ସୁଖନିଦ୍ରା ଜରୁରୀ:
ପ୍ରସ୍ତୁତି ସମୟରେ ସୁଖନିଦ୍ରା ଜରୁରୀ। ପ୍ରତିଦିନ ରାତିରେ ଅତି କମରେ ୭ ଘଣ୍ଟା ଶୋଇବା ଉଚିତ। ଏହା ଆପଣଙ୍କୁ ସତେଜ ଅନୁଭବ କରେଇବ। ଏହା ଦ୍ୱାରା ପାଠ ପଢିବାରେ ମନ ଲାଗିବ। ଯଦି ଆପଣ ରାତିରେ ଭଲରେ ନ ଶୁଅନ୍ତି, ତେବେ ଦିନରେ ପାଠ ପଢିବାରେ ମନ ଲାଗିବ ନାହିଁ।

ଶୃଙ୍ଖଳିତ ହେବା:
ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାବେଳେ ସଂଗଠିତ ଏବଂ ଶୃଙ୍ଖଳିତ ହେବା ଶିଖନ୍ତୁ। ପରୀକ୍ଷା ସମୟରେ ଏହା ଆପଣଙ୍କୁ ସାହାଯ୍ୟ କରିବ। ଆପଣଙ୍କର ଅଧ୍ୟୟନ ସାମଗ୍ରୀକୁ ସଫା କରନ୍ତୁ ଓ ଏହାକୁ ବ୍ୟବସ୍ଥିତ ଭାବେ ରଖନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଆପଣ ଅଧ୍ୟୟନ ଆରମ୍ଭ କରିବା ପୂର୍ବରୁ ଆପଣ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ସେଠାରେ ଅଛି।

ପ୍ରସ୍ତୁତି ବେଳେ କ’ଣ କରିବେ ନାହିଁ:
ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାବେଳେ କୌଣସି ପ୍ରକାରର ଟେନ୍‌ସନ୍‌ ନିଅନ୍ତୁ ନାହିଁ। ଟେନ୍‌ସନ୍‌ ଯୋଗୁଁ ଚାପ ବଢିଥାଏ। ଫଳରେ ପାଠପଢାରେ ମନ ଲାଗେନି।

ବେପରୁଆ ଭାବେ ପ୍ରସ୍ତୁତି କରି ପରୀକ୍ଷା ଦିଅନ୍ତୁ ନାହିଁ। ତେଣୁ ସିଲାବସ୍ ଅନୁଯାୟୀ ଅଧ୍ୟୟନ କରିବା ଜରୁରୀ।
ଯଦି ଆପଣ ଏକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଫଳ ହୁଅନ୍ତି ତେବେ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ। ଏହା ଦ୍ୱାରା ଉତ୍ସାହ କମିଯାଏ।
ପ୍ରତିଯୋଗିତାମୂଳକ ପରୀକ୍ଷାକୁ ସଫଳ କରିବାର ସର୍ତ୍ତ ହେଉଛି ଅଧ୍ୟୟନରେ ଶୃଙ୍ଖଳିତ ହେବା ଏବଂ କଠିନ ପରିଶ୍ରମ ପାଇଁ ପ୍ରସ୍ତୁତ ହେବା।

Get real time updates directly on you device, subscribe now.