fbpx

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ

ଭୁବନେଶ୍ୱର: ରାଜ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଆସିଯାଇଛି ଗାଇଡଲାଇନ । କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ, ସେନେଇ ବିସ୍ତୃତ ଗାଇଡଲାଇନ୍ ଜାରି କରାଯାଇଛି । କମିଟି ପକ୍ଷରୁ ପୁନଃ ନିଯୁକ୍ତି ଚୟନ କରାଯିବ, ଯାହାର ଅଧ୍ୟକ୍ଷ ହେବେ ମୁଖ୍ୟ ସଚିବ । ଏହା ସହ କମିଟି ସଦସ୍ୟ ଭାବରେ ରହିବେ ମୁଖ୍ୟ ସଚିବ ଅଧ୍ୟକ୍ଷ. ଜିଏ ସଚିବ, ଅର୍ଥ ସଚିବ ।

 

ତେବେ ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ୍ ରେକର୍ଡ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି କରାଯିବ । ପୁନଃ ନିଯୁକ୍ତି ପାଇଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ଥିବା ଆବଶ୍ୟକ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାରଯୋଗ୍ୟ ହେବନି ପୁନଃ  ନିଯୁକ୍ତି । ଅବସରପୂର୍ବରୁ ସିସିଆର ଆଉଡଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ । ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ । ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ  ।

Get real time updates directly on you device, subscribe now.