fbpx

ପୋଲ ନିର୍ମାଣ ପାଇଁ ଠିକାଦାର ନେଇଥିଲେ ୪୨ କୋଟି, ଏବେ ଭାଙ୍ଗିବା ପାଇଁ ଖର୍ଚ୍ଚ ହେବ ୫୨ କୋଟି

ଅହମଦାବାଦ: ଅହମଦାବାଦରେ ୨୦୨୨ରୁ ଜର୍ଜର ହାଟକେଶ୍ୱର ପୋଲ ବନ୍ଦ ପଡିଛି । ଏହି ପୋଲ ଏବେ ନିଗମ ପ୍ରଶାସନର ଗଳାର କଣ୍ଟା ହୋଇଛି । ଦୀର୍ଘ ଦିନରୁ ଏହାକୁ ଭାଙ୍ଗିବାକୁ ଟେଣ୍ଡର ଆହ୍ୱାନ ତ ହେଉଛି, ହେଲେ କେହି ରାଜି ହେଉନାହାନ୍ତି । ଶେଷରେ ଜଣେ ପୋଲ ଭାଙ୍ଗିବାକୁ ୫୨ କୋଟିର ଅର୍ଡର ପ୍ଲେସ କରିଛନ୍ତି । ଯାହାକୁ ନେଇ ଏହି ପୋଲ ଏବେ ଚର୍ଚ୍ଚାରେ । ପୋଲ ନିର୍ମାଣ ପାଇଁ ୪୨ କୋଟି ଖର୍ଚ୍ଚ ହୋଇଥିବା ବେଳେ ଭାଙ୍ଗିବାକୁ ଖର୍ଚ୍ଚ ହେବ ୫୨ କୋଟି ।

ଏହି ପୋଲ ଭାଙ୍ଗିବାକୁ ପ୍ରଶାସନ ଚାହୁଁଛି ହେଲେ ଭାଙ୍ଗିପାରୁନି । ୪ ଥର ଟେଣ୍ଡର ଆହ୍ୱାନ କରାଗଲାଣି । କିନ୍ତୁ ଠିକାଦାରଙ୍କ ମଧ୍ୟରେ ପୋଲ ଭାଙ୍ଗିବାକୁ ନାହିଁ କୌଣସି ଆଗ୍ରହ । ପ୍ରଥମ ଦୁଇଥର କୌଣସି ଠିକାଦାର ଟେଣ୍ଡର ପକେଇଲେ ନାହିଁ । ତୃତୀୟ ଥର ବେଳକୁ ଜଣେ ଆବେଦନ କଲେ, ଶେଷ ମୁହୁର୍ତ୍ତରେ ତାକୁ ପ୍ରତ୍ୟାହାର କରିନେଲେ । ଶେଷରେ ୪ର୍ଥ ହୋଇଥିବା ଟେଣ୍ଡରରେ ରାଜସ୍ଥାନର ଜଣେ କଣ୍ଟ୍ରାକ୍ଟର ୫୨ କୋଟି ଟଙ୍କାର ୱର୍କ ଅର୍ଡର ଭରିଛନ୍ତି । ଏହା ପରେ ହାଟକେଶ୍ୱର ପୋଲ ଭାଙ୍ଗିବା ଆଶା ସୃଷ୍ଟି ହୋଇଛି ।

୨୦୧୭ରେ ଏହି ପୋଲ ଅଜୟ ଇମ୍ଫ୍ରା ନାମକ କମ୍ପାନୀ ନିର୍ମାଣ କରିଥିଲା । ଏଥିରେ ୪୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେତେବେଳେ କମ୍ପାନୀ ଦାବି କରିଥିଲା କି ପୋଲ ୧୦୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । କିନ୍ତୁ ନିର୍ମାଣର ମାତ୍ର ବର୍ଷ ୫ଟାରେ ପୋଲର ମଜବୁତିକୁ ନେଇ ଉଠିଲା ପ୍ରଶ୍ନ । ଯେତେବେଳେ ପୋଲର ନିରୀକ୍ଷଣ କରାଗଲା ସେତେବେଳେ ପୋଲର ସ୍ଥିତି ଦେଖି ତା ଉପରେ ଯାତାୟାତ ବନ୍ଦ କରିଦିଆଗଲା । ନିୟମ ମୁତାବକ ଭାଙ୍ଗିବା ପାଇଁ ହେବାକୁ ଥିବା ୫୨ କୋଟି ଅଜୟ ଇମ୍ଫ୍ରାଠାରୁ ଆଦାୟ ହେବ ।

Get real time updates directly on you device, subscribe now.