fbpx

ରେଳବାଇରେ ନିଯୁକ୍ତି ମେଳା, କେଉଁ ବର୍ଗ ପାଇବେ କି ପ୍ରକାର ରିହାତି?

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ ଭାରତୀୟ ରେଳବାଇ ଆଣୁଛି ବିପୁଳ ସୁଯୋଗ । ୧୧,୫୫୮ ପଦ ପାଇଁ ବାହାରିଲା ବିଜ୍ଞାପନ । ସେପ୍ଟେମ୍ବର ୧୪ରୁ ଆବେଦନ ଆରମ୍ଭ ହେବାକୁ ଯାଉଛି । ତେଣୁ ରେଳବାଇରେ ନିଯୁକ୍ତି ପାଇଁ ଆଶାୟୀମାନେ ଏଥି ସମ୍ବନ୍ଧିତ ତଥ୍ୟ ଜାଣି ରଖନ୍ତୁ ।

ରେଳୱେ ରିକ୍ରୁଇଟମେଣ୍ଟ ବୋର୍ଡ (RRB) ନନ୍ ଟେକ୍ନିକାଲ ପପୁଲାର କାଟେଗୋରୀ (NTPC) ପକ୍ଷରୁ ଏତେ ସଂଖ୍ୟାରେ ପଦବୀ ପୂରଣ ପାଇଁ ବାହାରିଛି ନୋଟିଫିକେସନ । ଏଥିରେ କିଛି ଗ୍ରାଜୁଏଟ ଓ ଅଣ୍ଡରଗ୍ରାଜୁଏଟଙ୍କୁ ମିଳିବ ନିଯୁକ୍ତି ସୁବିଧା । ଗ୍ରାଜୁଏସନ ବା ତାଠାରୁ ଅଧିକ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ପାଇଁ ୮୧୧୩ ପଦ ରହିଥିବା ବେଳେ ଅଣ୍ଡଗ୍ରାଜୁଏଟଙ୍କ ପାଇଁ ରହିଛି ୩୪୪୫ ପଦବୀ ।

ଗ୍ରାଜୁଏଟବର୍ଗଙ୍କ ପାଇଁ ଆବେଦନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୧ରୁ ଅଣ୍ଡରଗ୍ରାଜୁଏଟ କରିପାରିବେ ଆବେଦନ । ସେହିପରି ଗ୍ରାଜୁଏଟ ହୋଇଥିବା ଆଶାୟୀଙ୍କ ବୟସ ସୀମା ୧୮ରୁ ୩୬ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଅଣ୍ଡରଗ୍ରାଜୁଏଟଙ୍କ ପାଇଁ ୧୮-୩୩ ବର୍ଷ ବୟସ ରହିଛି । ତେବେ ଓବିସି ନନ୍ କ୍ରିମି ଲେୟର ପାଇଁ ବୟସ ସୀମାରେ ୩ ବର୍ଷର ଛୁଟ ଦିଆଯାଇଥିବା ବେଳେ ଏସସି, ଏସଟି ବର୍ଗ ପାଇଁ ଏହି ଛୁଟ ୫ ବର୍ଷ ରହିଛି ।

ରେଳବାଇରେ ଜୁନିୟର କ୍ଲର୍କ କମ ଟାଇପିଷ୍ଟ, ଏକାଉଣ୍ଟସ କ୍ଲର୍କ କମ ଟାଇପିଷ୍ଟ, ଟ୍ରେନ କ୍ଲର୍କ, କମର୍ସିଆଲ କମ ଟେକଟ କ୍ଲର୍କ ଗୁଡ୍ସ ଟ୍ରେନ ମ୍ୟାନେଜର, ଚିଫ କମର୍ସିଆଲ କମ ଟିକେଟ ସୁପରଭାଇଜର, ସିନିୟର କ୍ଲର୍କ କମ ଟାଇପିଷ୍ଟ, ଜୁନିୟର ଆକାଉଣ୍ଟାଣ୍ଟ ଆସିଷ୍ଟାଣ୍ଟ କମ ଟାଇପିଷ୍ଟ,ଷ୍ଟେସନ ମାଷ୍ଟର ପଦ ପୂରଣ ପାଇଁ ନୋଟିଫିକେସନ ହୋଇଛି ।

Get real time updates directly on you device, subscribe now.