fbpx

ପାକିସ୍ତାନକୁ ନେଇ ଆମେରିକାର ବଡ଼ ଆକ୍ସନ, ଏହି ପ୍ରୋଜେକ୍ଟ ଉପରେ ଲଗାଇଲା ପ୍ରତିବନ୍ଧକ, ଶହବାଜ ସରକାରଙ୍କୁ ଝଟକା

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ବିଭାଗ ପାକିସ୍ତାନ ବିରୋଧରେ ଗୁରୁବାର ଦିନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକାର ବୈଦେଶିକ ବିଭାଗର ପ୍ରବକ୍ତା ମାଥ୍ୟୁ ମିଲର କହିଛନ୍ତି ଯେ, ପାକିସ୍ତାନ ବିରୋଧରେ ତାଙ୍କର କଠୋର ମନୋଭାବ ରହିଛି। ଆମେରିକା ପାକିସ୍ତାନର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରୋଜେକ୍ଟରେ ମିଳୁଥିବା ଚୀନର ସହାୟତା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁ ଚୀନ ସଂସ୍ଥାଗୁଡିକୁ ବ୍ୟାନ କରାଯାଇଛି, ତାଙ୍କ ବିଷୟରେ କୁହାଯାଉଛି ଯେ, ଏହା ପାକିସ୍ତାନର ବାଲାଷ୍ଟିକ ମିସାଇଲ କାର୍ଯ୍ୟକ୍ରମ ଯୋଗାଣରେ ସାମିଲ ଅଛନ୍ତି। ଆମେରିକାର ଏହି ନିଷ୍ପତ୍ତି ଉପରେ ପାକିସ୍ତାନ ପକ୍ଷରୁ କୌଣସି ଜବାବ ଏପର୍ଯ୍ୟନ୍ତ ଆସିନାହିଁ।

ଆମେରିକାର ବୈଦେଶିକ ବିଭାଗ ପାକିସ୍ତାନର ବାଲାଷ୍ଟିକ ମିସାଇଲ ପ୍ରୋଜେକ୍ଟ ଏବଂ ଟେକ୍ନୋଲୋଜିର ପ୍ରସାରରେ ସାମିଲ ଚୀନର ପାଞ୍ଚଟି କମ୍ପାନୀମାନ ଏବଂ ଜଣେ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ନିର୍ଦ୍ଦେଶ ୧୩୩୮୨ ମୁତାବକ, ଖାସକରି ବିଜିଙ୍ଗ ରିସର୍ଚ ଇନଷ୍ଟିଚ୍ୟୁଟ ଅଫ ଅଟୋମେସନ ଫର ମେସିନ ବିଲ୍ଡିଂ ଇଣ୍ଡଷ୍ଟ୍ରୀକୁ ନାମିତ କରାଯାଇଛି। ଏହି କମ୍ପାନୀ ଗ୍ରୁପ ବିନେଶଙ୍କ ଅସ୍ତ୍ରଶସ୍ତ୍ର ଏବଂ ସେମାନଙ୍କର ବିତରଣର ମାଧ୍ୟମ ପ୍ରସାରଣକାରୀଙ୍କ ଉପରେ କାର୍ଯ୍ୟ କରେ।

Get real time updates directly on you device, subscribe now.