fbpx

(Video) ଲାଇଭ ଶୋ’ରେ ହାତାହାତି… News Debate ବେଳେ ଅଶୁତୋଷ-ଆନନ୍ଦ କଲେ ମାରପିଟ୍

ନୂଆଦିଲ୍ଲୀ: ଲାଇଭ ଟିଭି ଶୋ’ ବେଳେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଖବର ପ୍ରସାରଣ ବେଳେ ସାମ୍ବାଦିକ ଆଶୁତୋଷ ଏବଂ ବୈଜ୍ଞାନିକ ଆନନ୍ଦ ରଙ୍ଗନାଥନଙ୍କ ମଧ୍ୟରେ ମାରପିଟ ପରିସ୍ଥିତି ଦେଖାଯାଇଛି । ‘Times Now NavBharat’ରେ ଏକ ବିତର୍କ ସମୟରେ ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ବୈଜ୍ଞାନିକ ଆନନ୍ଦ ରଙ୍ଗନାଥନଙ୍କ ଉପରେ ଆଶୁତୋଷ ବାରମ୍ବାର ଚିଲାଇବାରୁ ଘଟଣାଟି ମାରପିଟରେ ପହଞ୍ଚିଥିଲା । ଏହି ଘଟଣା ସମୟରେ ତହସିନ ପୁନାୱାଲାଙ୍କ ସମେତ ସାଥୀ ପାନାଲିଷ୍ଟ ଉପସ୍ଥିତ ଥିଲେ । ତେବେ ଉପସ୍ଥାପିକା ନାଭିକା ଘଟଣାକୁ ଶାନ୍ତ କରିବା ପାଇଁ ଚେଷ୍ଟା କରୁଥିବାର ଭିଡିଓରେ ଦେଖାଯାଇଛି । ତେବେ ଏହି ଘଟରାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଆଶୁତୋଷ କହୁଥିଲେ, ସେ ଲଗାତାର ମୋ ଉପରେ କମେଣ୍ଟ କରୁଛନ୍ତି । ତାଙ୍କୁ ମୋ ବିଷୟରେ ଏପରି ମନ୍ତବ୍ୟ ଦେବା ବନ୍ଦ କରିବାକୁ କୁହ । ଏହାପରେ ଆନନ୍ଦ କହିଛନ୍ତି ଯେ, ମୁଁ ତୁମ ବାପା ନୁହେଁ, ଚାଲି ଯାଓ!.. ଏହି କଥା ପରେ ଆଶୁତୋଷ ଆନନ୍ଦଙ୍କ ଉପରେ କ୍ଷୁବ୍ଧ ହୋଇ ତାଙ୍କ ସହ ଲଢେଇ କରିବାକୁ ଉଠି ଯାଇଥିଲେ । ଲାଇଭ ଶୋ’ ମଝିରେ ଏଭଳି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଖୁବ ଭାଇରାଲ ହେଉଛି ।

 

Get real time updates directly on you device, subscribe now.