fbpx

ରାଜନଗର: ଗାଁ ମଝିରେ କୁମ୍ଭୀର, ଲୋକେ ଭୟଭୀତ, କାବୁକରି ବନ ବିଭାଗକୁ ଦେଲେ ଖବର

ରାଜନଗର: ଗାଁ ଭିତରକୁ ପଶି ଆସିଲା କୁମ୍ଭୀର । କୁମ୍ଭୀରକୁ ଦେଖି ଲୋକେ ଭୟଭୀତ । ରାଜନଗର ବ୍ଲକ ବ୍ରାହ୍ମଣସାହି ଗଜରାଜପୁର ଗାଁ ପୋଖରୀରେ କୁମ୍ଭୀର । କୁମ୍ଭୀରକୁ କାବୁ କରି ପୋଖରୀ କୂଳରେ ବାନ୍ଧି ରଖିଛନ୍ତି ଗ୍ରାମବାସୀ । କୁମ୍ଭୀରକୁ କାବୁକରିବା ପରେ ବନ ବିଭାଗକୁ ଖବର ଦେଇଛନ୍ତି ଗାଁ ଲୋକ । ରାଜନଗର-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ କୁମ୍ଭୀର ଆତଙ୍କ ବଢ଼ି ଚାଲିଛି । ଗତ ମାସ ବାର ତାରିଖରେ ପଟାମୁଣ୍ଡେଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗାଁରେ ବାସନ ମାଜିବା ସମୟରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିଲା ।

ନଦୀ ତୁଠରେ ପଡ଼ି ରହିଥିଲା ମହିଳାଙ୍କ ଚପଲ ସହ ବାସନ, ବାଲ୍‌ଟି । ଟର୍ଚ୍ଚ ଧରି ନଦୀ କୂଳରେ ଖୋଜାଖୋଜି କରିଥିଲେ ସମ୍ପର୍କୀୟ ଓ ଗ୍ରାମବାସୀ । ଏପରିକି ଘଟଣାସ୍ଥଳରେ ଅଗ୍ନିସମ ବିଭାଗ ପହଞ୍ଚି ଉକ୍ତ ମହିଳାଙ୍କୁ ମଧ୍ୟ ଖୋଜାଖୋଜି କରିଥିଲା । ହେଲେ ମହିଳାଙ୍କ ମୃତଦେହ ମିଳି ନଥିଲା । ପର ଦିନ ଉକ୍ତ ମହିଳାଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା ।

Get real time updates directly on you device, subscribe now.