fbpx

ଶତ୍ରୁ ବି ନାଁ ଶୁଣିଲେ ଡରନ୍ତି… ଏହି ଦେଶରେ ରହିଛି ମହିଳାଙ୍କ ସ୍ପେଶାଲ ଫୋର୍ସ

ନୂଆଦିଲ୍ଲୀ: ଦୁନିଆରେ ଆନେକ ବଡ଼ ବଡ଼ ଦେଶ ଅଛି । ଏହି ସମସ୍ତ ଦେଶର ନିଜର ସ୍ୱତନ୍ତ୍ର ଫୋର୍ସ ରହିଛି । ଯେତେବେଳେ ବି ଦୁନିଆର ସବୁଠାରୁ ଶକ୍ତିଶାଳି ସୌନ୍ୟର ଚର୍ଚ୍ଚା ହୁଏ ସେତେବେଳେ ଆମେରିକାର ନାଁ ଶୀର୍ଷରେ ଆସେ । କିନ୍ତୁ ଅଧିକାଂଶ ବ୍ୟକ୍ତି ଜାଣି ନଥିବେ ଏମିତି ଏକ ଦେଶ ରହିଛି ଯେଉଁଠି ମହିଳା ଫୋର୍ସଙ୍କ ନାଁ ଶୀର୍ଷରେ ରହିଛି ।

ଏଭଳି ଏକ ଦେଶ ହେଉଛି ନରୱେ । ନରୱେ ସେନା ଦେଶର ମହିଳାଙ୍କୁ ସଶକ୍ତ ଏବଂ ସେମାନଙ୍କ କ୍ଷମତାର ଉତ୍ତମ ଉପଯୋଗ କରିବା ଉଦ୍ଦେଶ୍ୟରେ ୨୦୧୪ରେ ଏକ ବିଶେଷ ବାହିନୀ ୟୁନିଟ୍ ଗଠନ କରାଯାଇଥିଲା । ଏହାର ନାଁ ହେଉଛି ‘Jegertroppen’ । ଏହା ଦୁନିଆର ପ୍ରଥମ ବାହିନୀ ୟୁନିଟ୍ ଯାହା ସମ୍ପୂର୍ଣ୍ଣ ମହିଳାଙ୍କୁ ନେଇ ଗଠିତ । ବିଶେଷ ମିଶନ୍ ଏବଂ ପରିସ୍ଥିତିରେ ମହିଳା ସୌନିକଙ୍କ ଆବଶ୍ୟକତାକୁ ଅନୁଭବ କରି ଏହି ନରୱେ ସେନାର ଏହି ୟୁନିଟ୍ ଗଠନ କରାଯାଇଥିଲା । ବିଶେଷ ମିଶନ୍ ଯେଉଁଠି ମହିଳାଙ୍କୁ ପଚରାଉଚରା ଏବଂ ଯୋଗାଯୋଗ(liason)ର ଆବଶ୍ୟକତା ରହିଛି ସେଠି ମହିଳା ସୌନିକଙ୍କୁ ନିଯୁକ୍ତି ଦିଆଯାଇଥାଏ । ପ୍ରାରମ୍ଭରେ ଏହା ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଥିଲା । ‘Jegertroppen’ ରେ ମହିଳା ସୈନିକଙ୍କୁ କଠୋର ତାଲିମ ଦେଇ ଗତି କରିବାକୁ ପଡ଼ିଥାଏ । ଏହି ତାଲିମ ସାଧାରଣ ସୈନିକଙ୍କ ଠାରୁ ଅଧିକ କଠିନ । ଏଥିରେ arctic survival, ପାଟ୍ରୋଲିଂ, ଅଣ୍ଡର କଭର ଅପରେସନ୍ ଏବଂ ଯୁଦ୍ଧ କୌଶଳ ସାମିଲ ରହିଛି । ସମସ୍ତ ପ୍ରକାର ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଏହି ମହିଳାଙ୍କୁ ମାନସିକ ଏବଂ ଶାରୀରିକ ଭାବେ ମଜବୁତ କରାଯାଇଥାଏ ।

Get real time updates directly on you device, subscribe now.