fbpx

ନୋଏଡା DMଙ୍କ ‘ଏକ୍ସ’ ହ୍ୟାଣ୍ଡେଲରୁ ରହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିଲେ ଅପତ୍ତିଜନକ ମନ୍ତବ୍ୟ, ହ୍ୟାକରକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ନିକଟରେ ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜିଲ୍ଲା ଅଧିକାରୀଙ୍କ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲ ହ୍ୟାକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ହ୍ୟାକର ଜଣଙ୍କ DMଙ୍କ ‘ଏକ୍ସ’ ହ୍ୟାଣ୍ଡେଲରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାର ଏକ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏନେଇ ନୋଏଡା ଥାନାରେ ଏକ ମାମଲା ରୁଜୁ କରିଥିଲେ DM । ଏହା ପରେ ପୋଲିସ ଅଭିଯୁକ୍ତ ହ୍ୟାକରକୁ ଗିରଫ କରିବାରେ ସଫଳ ହୋଇଛି ।

ସୂଚନାରୁ ପ୍ରକାଶ ନିକଟରେ କଂଗ୍ରେସ ମୁଖପାତ୍ର ସୁପ୍ରିଆ ଶ୍ରୀନେତ ‘ଏକ୍ସ’ରେ ଇତିହାସକାର ଅଶୋକ ପାଣ୍ଡେଙ୍କ ସହ ବାର୍ତ୍ତାଳାପର ଏକ କ୍ଲିପ୍ ପୋଷ୍ଟ କରିଥିଲେ । ସେ ଲେଖିଥିଲେ, ‘ଇତିହାସ ସୃଷ୍ଟି ହୁଏ ଏବଂ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ନରେନ୍ଦ୍ର ମୋଦୀ ଜାଣିଛନ୍ତି କି ଇତିହାସ ତାଙ୍କୁ କିପରି ସ୍ମରଣ ରଖିବ ଏବଂ ସେଥିପାଇଁ ସେ ଚିନ୍ତିତ ।’ ଏହାର ଉତ୍ତରରେ ଗୌତମବୁଦ୍ଧନଗରର ଜିଲ୍ଲା ଅଧିକାରୀଙ୍କ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରାଯାଇଥିଲା । ଏହାର ପ୍ରତିଉତ୍ତରରେ ଅସନ୍ତୁଷ୍ଟି ବ୍ୟକ୍ତ କରି ସୁପ୍ରିଆ ଶ୍ରୀନେତ କହିଥିଲେ କି ନୋଏଡା ଜିଲ୍ଲାଧିକାରୀଙ୍କ ଉପରେ ବଡ଼ ଦାୟିତ୍ୱ ରହିଛି । ରାହୁଲ ଗାନ୍ଧୀଙ୍କ ବିଷୟରେ ଏପରି ଭାଷା ଏବଂ ବିଚାର କରାଯାଉ ଯିଏ ସାମ୍ବିଧାନିକ ପଦବୀରେ ବସି ଘୃଣା ଭାବକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ପରେ ନୋଏଡା ଜିଲ୍ଲାଧିକାରୀ ସ୍ପଷ୍ଟୀକରଣ ଦେଇ କହିଥିଲେ କି ସେ ଏଭଳି ପୋଷ୍ଟ କରିନାହାଁନ୍ତି । ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲର ଅପବ୍ୟବହାର କରାଯାଇଛି । ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସାଇବର ସେଲରେ ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ପରେ ଦିଲ୍ଲୀର ବୁରାଡ଼ିରୁ ହ୍ୟାକରକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସୋହନ ସିଂହ । ତାଙ୍କ ପାଖରୁ ଏକ ଫୋନ ମଧ୍ୟ ଜବତ କରିଥିଲା ପୋଲିସ ।

Get real time updates directly on you device, subscribe now.