fbpx

ଅଭିନେତ୍ରୀଙ୍କ ସହ ପଙ୍ଗା ପଡିଲା ମହଙ୍ଗା, ୩ ଆଇପିଏସ ସସ୍ପେଣ୍ଡ ହୋଇ ବସିଛନ୍ତି

ଅମରାବତି: ଜଣେ ତାମିଲ ଅଭିନେତ୍ରୀଙ୍କ ପାଇଁ ୩ ଆଇପିଏସ ଅଧିକାରୀଙ୍କ କ୍ୟାରିୟରରେ ଲାଗିଛି ଦାଗ । ଅଭିନେତ୍ରୀଙ୍କ ଯୌନ ଉତ୍ପୀଡନ କରିବା ଅଭିଯୋଗରେ ୩ ପୋଲିସ ବଡ ଅଧିକାରୀଙ୍କୁ ନିଲମ୍ବିତ କରିଦିଆଯାଇଛି । ଆକ୍ଟ୍ରେସ୍ କମ ମଡେଲ କାଦମ୍ବରୀ ଜେଠବାନୀଙ୍କୁ ଗିରଫ କରିବା ୩ ଅଧିକାରୀଙ୍କ ଉପରେ ଓଲଟା ପଡିଛି ।

ଘଟଣାଟି ଏମିତି ଥିଲା । ଜେଠବାନୀଙ୍କୁ ଚଳିତ ବର୍ଷ ଆରମ୍ଭରେ ୱାଇଆରଏସ କଂଗ୍ରେସ ସରକାର ସମୟରେ ପାର୍ଟିର ଜଣେ ନେତା ଅଭିଯୋଗ ଆଧାରରେ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଥିଲା । ଏମିତି କି ଜେଠବାନୀଙ୍କ ବିରୋଧରେ କୌଣସି ଯାଞ୍ଚ ହୋଇନଥିଲା କି ପର୍ଯ୍ୟାପ୍ତ ପ୍ରମାଣ ନ ଥିଲା । ତଥାପି ତାଙ୍କୁ ଜେଲର ଚାରି କାନ୍ଥ ଭିତରେ ବନ୍ଦୀ କରିଥିଲେ ଷଡଯନ୍ତ୍ରକାରୀ ଅଧିକାରୀ ।

କିନ୍ତୁ ଏବେ ରାଜ୍ୟରେ ବଦଳି ଯାଇଛି ସରକାର ଓ ବଦଳି ଯାଇଛି ଜେଠବାନୀଙ୍କ ପରିସ୍ଥିତି । ଜେଠବାନୀ ଏବେ ମୁକ୍ତ ହୋଇଥିବା ବେଳେ ତିନି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଏହି ତିନି ପୋଲିସ ଅଧିକାରୀ ହେଲେ ପି ସୀତାରାମ ଅଞ୍ଜନେୟୁଲୁ, କ୍ରାନ୍ତି ରାଣା ଓ ବିଶାଳ ଗୁନ୍ନୀ । ୧୯୯୨ ବ୍ୟାଚର ଆଇପିଏସ ସୀତାରାମ ବିଏସଏଫରେ ସାମିଲ ହୋଇଥିଲେ । ୨୦୧୯ ଜୁନରେ ଜଗନ ମୋହନ ରେଡ୍ଡୀ ସରକାର ଆସିବା ପରେ ସେ ଆନ୍ଧ୍ର ପ୍ରଦେଶ କ୍ୟାଡରକୁ ଫେରି ଆସିଥିଲେ । ବିଧାନସଭା ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ସେ ଇଣ୍ଟେଲିଜେନ୍ସ ମୁଖ୍ୟ ଭାବେ କାମ କରିଥିଲେ । ଏହା ବ୍ୟତୀତ ଭିଜିଲାନ୍ସ ଡାଇରେକ୍ଟର ଭାବେ କାମ କରିଥିଲେ ।

ଅନ୍ୟ କରିତକର୍ମା ଅଧିକାରୀ ହେଲେ ଆଇପିଏସ ହେଲେ କ୍ରାନ୍ତି ରାଣା । ୨୦୦୪ର ରାଣା ପ୍ରଥମେ ବିଜୟୱାଡା ପୋଲିସ କମିଶନର ଭାବେ ନିଯୁକ୍ତି ପାଇଥିଲେ । ତେବେ ଗତ ନିର୍ବାଚନରେ ତାଙ୍କ ବିରୋଧରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଉପରେ ପଥର ମାଡ କରିଥିବା ଅଭିଯୋଗ ହୋଇଥିଲା ଓ ତାଙ୍କୁ ନିର୍ବାଚନ ଆୟୋଗ ତାଙ୍କୁ ନିଲମ୍ବନ କରିଦେଇଥିଲେ ।

ତୃତୀୟ ଅଧିକାରୀ ହେଲେ ବିଶାଲ ଗୁନ୍ନୀ । ୨୦୧୦ ବ୍ୟାଚର ଏହି ଆଇପିଏସ ବିଶାଖାପଟ୍ଟନାମ ରେଞ୍ଜର ଡିଆଇଜି ଦାୟିତ୍ୱ ତୁଲାଇଥିଲେ । ୨୦୧୩ରୁ ୨୦୧୫ ମଧ୍ୟରେ ସେ ଏଏସପି ରହିଥିଲେ ।

Get real time updates directly on you device, subscribe now.