fbpx

ଥମୁନି ବିବାଦ: ରାହୁଲଙ୍କ ଜିଭ କାଟିବାକୁ ଶିବସେନା ବିଧାୟକଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆମେରିକାରେ ଆରକ୍ଷଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନର ତାତି ଥମିବାର ନାଁ ନେଉନି । ରାହୁଲଙ୍କ ବିରୋଧରେ ଏନଡିଏର ସହଯୋଗୀ ଦଳ ଯୁଦ୍ଧଂ ଦେହୀ ଡାକରା ଦେଉଛନ୍ତି । ପୂର୍ବରୁ ରାହୁଲଙ୍କୁ ଜୋତା ମାଡ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ଏବେ ଶିବସେନା ବିଧାୟକ ସଞ୍ଜୟ ଗାଇକଓା୍ୱର୍ଡ ଲୋକଙ୍କୁ ଆହ୍ୱାନ ଦେଉଛନ୍ତି କି, କେହି ଯଦି ରାହୁଲଙ୍କ ଜିଭ କାଟି ଦିଅନ୍ତି ତେବେ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ।

ତେବେ ସଞ୍ଜୟଙ୍କ ଏହି ବିବାଦୀୟ ବୟାନ ପରେ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱାଙ୍କୁଲେ ବିବାଦରୁ ନିଜକୁ ଅଲଗା ରଖିଛନ୍ତି । ରାଜ୍ୟରେ ବିଜେପି ସହ ଶିବସେନାର ସରକାର ଚାଲିଥିଲେ ମଧ୍ୟ ଚନ୍ଦ୍ରଶେଖରଙ୍କ ବୟାନକୁ ବିଜେପି ରାଜ୍ୟ ସଭାପତି ସମର୍ଥନ କରୁନଥିବା କହିଛନ୍ତି ।

ରାହୁଲ ଗାନ୍ଧୀ ଆମେରିକାର ଜର୍ଜଟାଉନ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଥିବା କହିଥିଲେ କି, ସାମ୍ପ୍ରତିକ ସମୟରେ ଆରକ୍ଷଣ ହଟାଇବା କଥା କୁହାଯାଇ ନ ପାରେ । ଆଗରୁ ରାହୁଲ କହିଥିଲେ କି, ଯେତେବେଳେ ଭାରତରେ ସ୍ଥିତି ଠିକ ହେବ ସେତେବେଳେ କଂଗ୍ରେସ ଆରକ୍ଷଣ ହଟାଇବା ଉପରେ କରିବ ବିଚାର ।

ରାହୁଲଙ୍କ ଏହି ଟିପ୍ପଣୀ ପରେ ଆରପିଆଇ ପ୍ରମୁଖ କହିଥିଲେ କି, ଦଳିତ, ଓବିସି ଓ ଆଦିବାସୀଙ୍କୁ ଦିଆଯାଇଥିବା ଆରକ୍ଷଣ ସହ କୌଣସି ପ୍ରକାରର ବୁଝାମଣା ହୋଇପାରିବ ନାହିଁ । ଦଳିତ ନିଜ ଅଧିକାର ପାଇଁ ଲଢିବେ । ଏଥିସହ ରାମଦାସ ଆଗକୁ କହିଥିଲେ କି, ରାହୁଲଙ୍କ ଏହି ବୟାନକୁ ନେଇ ଦଳିତ ଓ ଆରପିଆଇ ଜୋତା ମାର ଆନ୍ଦୋଳନ କରିବେ ।

 

Get real time updates directly on you device, subscribe now.