fbpx

Thank God… ସୁନ୍ଦର ସୃଷ୍ଟିର ହୋଇଥାନ୍ତା ସର୍ବନାଶ! ଭୟଙ୍କର ବିପଦରୁ ମୁକ୍ତି ପାଇଗଲା ପୃଥିବୀ, ପାଖ ଦେଇ ଚାଲିଗଲା ଆଷ୍ଟ୍ରଏଡ

ଓଡ଼ିଶା ଭାସ୍କର: ଆଜି ପବିତ୍ର ବିଶ୍ୱକର୍ମା ପୂଜା । କୁହାଯାଏ ଯେ, ପ୍ରଭୁ ବିଶ୍ୱକର୍ମା ଏହି ସୁନ୍ଦର ସୃଷ୍ଟିକୁ ନିଜ ହାତରେ ବସି ତିଆରି କରିଛନ୍ତି । କିନ୍ତୁ ବିଶ୍ୱକର୍ମାଙ୍କ ପବିତ୍ର ଉତ୍ସବରେ ଆଜି ତାଙ୍କର ଏହି ସୁନ୍ଦର ସୃଷ୍ଟି ବଡ଼ ବିପଦକୁ ସାମନା କରିଥିଲା । କିନ୍ତୁ ଭଗବାନଙ୍କ କୃପାରୁ ଏହି ବଡ଼ ବିପଦରୁ ରକ୍ଷା ପାଇଯାଇଛି ପୃଥିବୀ । ଆଜି ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ଏକ ଆଷ୍ଟ୍ରଏଡ ପୃଥିବୀର ଅକ୍ଷ ନିକଟ ଦେଇ ଗତି କରିଛି । ତେବେ ଏହି ଆଷ୍ଟ୍ରଏଡ ପୃଥିବୀର ଖୁବ ନିକଟ ଦେଇ ଯାଇଥିଲେ ମଧ୍ୟ ପୃଥିବୀ ସହ କୌଣସି ସଂସ୍ପର୍ଶରେ ଆସିନାହିଁ । ଫଳରେ ଏହି ବଡ଼ ବିପଦରୁ ମୁକ୍ତି ପାଇଯାଇଛି ସୁନ୍ଦର ସୃଷ୍ଟି ।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ଆଷ୍ଟ୍ରଏଡ ୨୦୧୪ ଆରଏନ୧୬ ପୃଥିବୀର ଖୁବ ନିକଟ ଦେଇ ଗତି କରିଛି । ୧୧୦ ଫୁଟ ଚଉଡ଼ା ଏକ ଆଷ୍ଟ୍ରଏଡ ୧୦୪,୭୬୧କି.ମି./ଘଣ୍ଟା ବେଗରେ ଅତିକ୍ରମ କରିଛି । ଏହା ଏକ ଆପୋଲୋ ସମୂହ ଆଷ୍ଟ୍ରଏଡ ରହିଥିଲା, ଯାହା ପୃଥିବୀ ପ୍ରତି ବିପଦଜନକ ହୋଇ ପାରିଥାନ୍ତା । ଏହି ଆଷ୍ଟ୍ରଏଡ ପୃଥିବୀରୁ ୧୬ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିଥିଲା, ଏହି ଦୂରତା ଚନ୍ଦ୍ରମାର ଦୂରତା ଅପେକ୍ଷା ଗୁଣ ଅଧିକ ବୋଲି କୁହାଯାଇଛି । ଏହି ଆଷ୍ଟ୍ରଏଡ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟ ଦେଇ ଗତି କରିଥାଏ, ତେଣୁ ଅନେକ ଥର ଏହା ପୃଥିବୀର ଖୁବ ନିକଟ ଦେଇ ଅତିକ୍ରମ କରିଥାଏ । ୧୮୬୨ ମସିହାରେ ଆପୋଲୋ ଏହି ସମୂହର ଆଷ୍ଟ୍ରଏଡକୁ ଆବିଷ୍କାର କରିଥିଲା । ତେଣୁ ଏହାକୁ ଆପୋଲୋ ଆଷ୍ଟ୍ରଏଡ ନାମରେ ନାମିତ କରାଯାଇଛି । ତେବେ ୧୧୦ଫୁଟର ଏହି ଆଷ୍ଟ୍ରଏଡ ପୃଥିବୀ ସହ ଧକ୍କା ହେଲେ ଏକ ବିଶାଳ ଅଘଟଣ ହୋଇଥାନ୍ତା ।

ଏ ନେଇ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା କହିଛି ଯେ, ଯଦି ୨୦୧୪ ଆରଏନ୧୬ ଆଷ୍ଟ୍ରଏଡ ପୃଥିବୀର ବାୟୁମଣ୍ଡଳକୁ ଆସେ, ତେବେ ଭୂପୃଷ୍ଠରୁ ପ୍ରାୟ ୨୯ କିଲୋମିଟର ଉଚ୍ଚରେ ବିସ୍ଫୋରଣ ହୋଇଥାଏ । ଏଥିରୁ ପ୍ରାୟ ୧୬ ମେଗାଟନ୍ ଟିଏନଟି ଭଳି ବିପୁଳ ପରିମାଣର ଶକ୍ତି ନିର୍ଗତ ହୋଇଥାଏ । ଫଳରେ ଏଥିରୁ ଭୟାନକ ଶକ୍ ୱେଭ ସୃଷ୍ଟି ହୋଇଥାଏ । ଏଭଳି ଟକ୍କର ବା ଘଟଣା ୯୯୯ ବର୍ଷରେ ମାତ୍ର ଥରେ ହୋଇଥାଏ । ତେବେ ପୃଥିବୀର ନିକଟ ଦେଇ ଏହା ଅତିକ୍ରମ କରିଯିବା ପରେ ଏକ ବିପଦ ଟଳି ଯାଇଥିବା ଆଲୋନା ହେଉଛି ।

Get real time updates directly on you device, subscribe now.