fbpx

ଘୋଷଣା ହେଲା ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍-୨୦୨୪ର ତାରିଖ: ଦେଖନ୍ତୁ କ’ଣ ରହିଛି ଅଫର-ଡିଲ୍?

ମୁମ୍ୱାଇ: (ଓଡ଼ିଶା ଭାସ୍କର) ଫ୍ଲିପକାର୍ଟ ବିଗ୍ ବିଲିୟନ ଡେଜ୍ ସେଲ୍ ଭଳି ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍ ୨୦୨୪ ସେପ୍ଟେମ୍ବର ୨୭ରୁ ଭାରତରେ ଆରମ୍ଭ ହେବ। ତେବେ ସେପ୍ଟେମ୍ବର ୨୬ ରେ ହିଁ ପ୍ରାଇମ ମେମ୍ବରମାନଙ୍କୁ ଆଗୁଆ ପ୍ରବେଶ ମିଳିବ। ଏସବିଆଇ ବ୍ୟାଙ୍କ କାର୍ଡ ପେମେଂଟ ଉପରେ ଗ୍ରାହକଙ୍କୁ ୧୦ ପ୍ରତିଶତ ତୁରନ୍ତ ରିହାତି ମିଳିବ ବୋଲି ଆମାଜନ ଘୋଷଣା କରିଛି। ଏହି ସେଲ୍ ରେ ଲାପଟପ୍, ସ୍ମାର୍ଟଫୋନ୍, ଟାବଲେଟ୍, ୱେରେବଲ୍ସ, ହୋମ୍ ଆପ୍ଲାଏନ୍ସ, ରୋଷେଇ ଉପକରଣ, ଫ୍ୟାସନ୍, ବିଉଟି ଆଦି ଉପରେ ଅଫର ଓ ରିହାତି ମିଳିବ।

ଆମାଜନ୍ ସେଲ୍ ଟିଜର ଅନୁଯାୟୀ, ରିହାତି ଓ ଅଫରରେ ଉପଲବ୍ଧ ହେଉଥିବା ସ୍ମାର୍ଟଫୋନ୍ ଗୁଡ଼ିକ ମଧ୍ୟରେ ୱାନ୍ପ୍ଲସ୍ ୧୨ଆର୍, ସାମସଙ୍ଗ ଗାଲାକ୍ସି ଏମ୍୩୫ ୫ଜି, ରେଡ୍ମି ୧୩ସି, ଓ୍ଵାନ୍ପ୍ଲସ୍ ନର୍ଡ ସିଇ ୪ ଲାଇଟ୍, ସାମସଙ୍ଗ ଗାଲାକ୍ସି ଏସ୍୨୪ ଅଲ୍ଟ୍ରା, ଶାଓମି ୧୪ ସିଭି, ମୋଟୋରୋଲା ରେଜର ଅଲ୍ଟ୍ରା, ଆଇକ୍ୟୁଓ ଜେଡ୍ ୯ଏସ୍ ପ୍ରୋ ୫ଜି, ୱାନ୍ପ୍ଲସ୍ ୧୧ଆର୍, ସାମସଙ୍ଗ ଗାଲାକ୍ସି ଏସ୍୨୩ ଅଲ୍ଟ୍ରା, ସାମସଙ୍ଗ ଗାଲାକ୍ସି ଏ୫୫, ପୋକୋ ଏକ୍ସ୬ ନିଓ ୫ଜି ଆଦି ରହିଛି।

ଆଗାମୀ ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍ ରେ ଆପଲ୍ ଆଇଫୋନ୍ ୧୩ ଆମାଜନରେ ୪୫,୯୯୯ ଟଙ୍କାରେ ବିକ୍ରି ହେବ। ଗ୍ରାହକଙ୍କୁ ଏସବିଆଇ ବ୍ୟାଙ୍କ କାର୍ଡ ଉପରେ ୨,୫୦୦ ଟଙ୍କାର ରିହାତି ମିଳିବ । ଏହାବ୍ୟତୀତ କ୍ରେତାଙ୍କୁ ଏକ୍ସଚେଞ୍ଜରେ ୩,୫୦୦ ଟଙ୍କା ଅତିରିକ୍ତ ରିହାତି ମଧ୍ୟ ମିଳିବ। ଏହା ଦ୍ୱାରା ମୋଟ ଖର୍ଚ୍ଚ ୩୯,୯ ଟଙ୍କାକୁ ହ୍ରାସ ପାଇବ । ଏହା ଷ୍ଟାରଲାଇଟ୍, ପ୍ରଡକ୍ଟ (ରେଡ୍), ବ୍ଲୁ, ଗ୍ରୀନ୍, ପିଙ୍କ୍ ଏବଂ ମିଡ୍ନାଇଟ୍ ରଙ୍ଗରେ ଉପଲବ୍ଧ ହେବ।

କମ୍ପାନୀ ସେପ୍ଟେମ୍ବର ୨୦ ତାରିଖ ଅପରାହ୍ନ ୩ଟାରେ ପ୍ରମୁଖ ସ୍ମାର୍ଟଫୋନ୍ ଡିଲ୍ ଘୋଷଣା କରିବ। ଗ୍ରାହକମାନେ ଟେକ୍ନୋ ଫ୍ୟାଣ୍ଟମ ଭି ଫ୍ଲିପ୍, ଅନର ୨୦୦ ୫ଜି, ଓପୋ ଏଫ୍ ୨୭ ପ୍ରୋ ଆଦି ଉପରେ ରିହାତି ପାଇବେ।

ଏଥିରେ ଫ୍ଲିପକାର୍ଟ ଆଇଫୋନ୍ ୧୫, ଆଇଫୋନ୍ ୧୫ ପ୍ଲସ୍, ଆଇଫୋନ୍ ୧୫ ପ୍ରୋ ଏବଂ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ଉପରେ ଅଫର ଦେବ। ଆଣ୍ଡ୍ରଏଡ୍ ଡିଭାଇସ୍ ବିଷୟରେ କହିବାକୁ ଗଲେ, ସାମସଙ୍ଗ ଗାଲାକ୍ସି ଏସ୍ ୨୩, ଗୁଗୁଲ୍ ପିକ୍ସେଲ୍ ୯, ସାମସଙ୍ଗ ଗାଲାକ୍ସି ଏସ୍ ୨୪ ଅଲ୍ଟ୍ରା, ମୋଟୋରୋଲା ଏଜ୍ ୫୦ ପ୍ରୋ ଏବଂ ଅନ୍ୟାନ୍ୟ ସ୍ମାର୍ଟଫୋନ୍ ମଧ୍ୟ କମ୍ ମୂଲ୍ୟରେ ଉପଲବ୍ଧ ହେବ। ସେପ୍ଟେମ୍ବର ୨୬ରୁ ପ୍ଲସ୍ ମେମ୍ୱରଙ୍କ ପାଇଁ ଏହା ଆରମ୍ଭ ହେବ।

Get real time updates directly on you device, subscribe now.