fbpx

ତ୍ରିରଙ୍ଗାରେ ନାହିଁ ଅଶୋକ ଚକ୍ର, ଲାଗିଛି ଚାନ୍ଦ-ତାରା… ମାମଲାକୁ ନେଇ ପୋଲିସର ଆକ୍ସନ

ନୂଆଦିଲ୍ଲୀ: ଭାରତର ଜାତୀୟ ପତାକା ଭାବରେ ତ୍ରିରଙ୍ଗାକୁ ଦେଶରେ ଖୁବ ସମ୍ମାନ ଦିଆଯାଏ । କିନ୍ତୁ ବିହାରରେ ଏହି ତ୍ରିରଙ୍ଗା ପତାକାକୁ ଅସମ୍ମାନିତ ହୋଇଥିବା ଦେଖାଯାଇଛି । ଜୁଲୁସର ଏକ ପିକ୍ ଅପରେ ତ୍ରିରଙ୍ଗା ପତାକାରେ ଥିବା ଅଶୋକ ଚକ୍ର ହଟାଇ ଦେଇଥିବା ଦେଖାଯାଇଛି । ତ୍ରିରଙ୍ଗାର ଅଶୋକ ଚକ୍ର ଥିବା ସ୍ଥାନରେ ଚନ୍ଦ୍ର ଏବଂ ତାରା ଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ସାରଣ ପୋଲିସ ଅଧୀକ୍ଷକ ଡା. କୁମାର ଆଶିଷ ଏହି ମାମଲାକୁ ନେଇ ଆକ୍ଟିଭ ମୋଡକୁ ଆସିଛନ୍ତି ।

ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପରେ ସାରଣ ପୋଲିସ ମାମଲାର ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କୋପା ଥାନାରେ ଭାରତୀୟ ଧ୍ୱଜା ଅଧିନିୟମ ୨୦୦୨ ଏବଂ ଅନ୍ୟ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି । ତେବେ ମାମଲାରେ ସମ୍ପୃକ୍ତ ୨ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରି କରିଛି କୋପା ଥାନା ପୋଲିସ । ତେବେ ତ୍ରିରଙ୍ଗା ପତାକା ଉଡ଼ୁଥିବା ପିକ୍ ଅପ୍ ଭ୍ୟାନ ଚାଳକଙ୍କୁ ପୋଲିସ ଅଟକ ରଖିଛି । ଏହାସହିତ ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଜିରଫ କରି ପଚରା ଉଚରା ଜାରି ରଖିଛି ପୋଲିସ ।

ସେପଟେ ଜାତୀୟ ପତାକା ତ୍ରିରଙ୍ଗା ସହ ଏପରି କାଣ୍ଡକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । ଏହାସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାରେ ଧାରଣା ଦେଇଛନ୍ତି ସ୍ଥାନୀୟ ଲୋକେ । ଏହି ଘଟଣା ଦେଶର ଅସ୍ମିତାକୁ କ୍ଷୁର୍ଣ୍ଣ କରୁଥିବା ଲୋକମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ଏହାପରେ ପୋଲିସ ଉପ-ଅଧୀକ୍ଷକ ଏବଂ ଜଲାଲପୁରର ଅଞ୍ଚଳ ଅଧିକାରୀ ମଧ୍ୟ ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି ।

Get real time updates directly on you device, subscribe now.