fbpx

କମିଶନରଙ୍କ ନିଲମ୍ବନ ଦାବିକୁ ମାନିଲେ ମମତା, ହେଲେ କାମକୁ ଯିବେନି ଡାକ୍ତର, ଜାଣନ୍ତୁ କେଉଁ ଡିମାଣ୍ଡ ଉପରେ ଅଟକିଲା କଥା

ନୂଆଦିଲ୍ଲୀ: କୋଲକାତା ଟେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସିଏମ କୋଲକାତାର ପୋଲିସ କମିଶନର ବିନୀତ ଗୋୟଲ ଏବଂ ଡେପୁଟି କମିଶନରଙ୍କୁ ପଦରୁ ବାହାର କରିବା ପାଇଁ ଘୋଷଣା କରିଛନ୍ତି। ଦୁଇ ଅଫିସରଙ୍କ ଉପରେ ଟ୍ରେନି ମହିଳାଙ୍କ ପରିବାର ଲାଞ୍ଚ ଯାଚିବା ଅଭିଯୋଗ ଆଣିଥିଲେ। ଆନ୍ଦୋଳନକାରୀ ଡାକ୍ତରଙ୍କ ଏହି ଦାବିକୁ ମମତା ବାନାର୍ଜୀ ସୋମବାର ହୋଇଥିବା ବୈଠକରେ ସ୍ୱିକାର କରିଛନ୍ତି। ହେଲେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିବେ।

ଜୁନିୟର ଡାକ୍ତରମାନଙ୍କ କହିବାନୁଯାୟୀ, ଯେବେ ପର୍ଯ୍ୟନ୍ତ ପ୍ରତିଜ୍ଞା ପୂରଣ ହେବନି, ଆମେ ସ୍ୱାସ୍ଥ୍ୟ ଭବନରେ ନିଜର ଆନ୍ଦୋଳନ ଜାରି ରଖିବୁ। ଏପର୍ଯ୍ୟନ୍ତ ସେମାନଙ୍କ ସମସ୍ତ ଦାବିକୁ ପୂରଣ କରାଯାଇନାହିଁ। ସେମାନେ ସ୍ୱାସ୍ଥ୍ୟ ସଚିବକୁ ମଧ୍ୟ ପଦରୁ ହଟାଇବା ପାଇଁ ଦାବି କରିଛୁ। ଜୁନିୟର ଡାକ୍ତରମାନେ କହୁଥିଲେ ଯେ, ଆମେ ଆର ଜି କର ସମ୍ବନ୍ଧରେ ସୁପ୍ରିମକୋର୍ଟରେ ମଙ୍ଗଳବାର ଦିନ ହେବାକୁ ଥିବା ଶୁଣାଣିର ମଧ୍ୟ ଅପେକ୍ଷା କରିବୁ।

ସୋମବାର ମମତା ବାନାର୍ଜୀ ଡାକ୍ତରମାନଙ୍କ ସହ ୬ ଘଣ୍ଟା କାଳ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମମତାଙ୍କ କହିବାନୁଯାୟୀ, ଆନ୍ଦୋଳନକାରୀ ଡାକ୍ତରଙ୍କ ସମସ୍ତ ଚାରୋଟି ଦାବି ସ୍ୱୀକାର କରାଯାଇଛି। ଡାକ୍ତରମାନେ ଦାବି କରିଥିଲେ ଯେ, ଦୁଷ୍କର୍ମ-ହତ୍ୟାର ସିବିଆଇ ତଦନ୍ତ ହେଉ, ଯାହା ବର୍ତ୍ତମାନ ଚାଲିଛି। ୨ୟରେ କମିଶନର ବିନୀତ କୁମାର ଗୋୟଲଙ୍କୁ ନିଲମ୍ବନ କରାଯିବ, ସେ ଇସ୍ତଫା ଦେବା ଲାଗି ପସ୍ତୁତ ଅଛନ୍ତି। ଏହା ବ୍ୟତୀତ ଚିକିତ୍ସା ଶିକ୍ଷା ନିର୍ଦ୍ଦେଶକ କୌସ୍ତବ ନାଇକ ଏବଂ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଦେବାଶିଷ ହଲଦରଙ୍କୁ ମଧ୍ୟ ସେମାନଙ୍କ ପଦରୁ ହଟାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରମାନଙ୍କୁ କାମକୁ ଫେରିବା ଲାଗି ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.