fbpx

ହିଜବୁଲ୍ଲା ଲଢୁଆ ପେଜରରେ ବିସ୍ଫୋରଣ; ୮ ମୃତ, ଇରାନ ରାଷ୍ଟ୍ରଦୂତଙ୍କ ସମେତ ୩୦୦୦ରୁ ଅଧିକ ଲୋକ ଆହତ

ନୂଆଦିଲ୍ଲୀ: ଲେବନାନରେ ହିଜବୁଲ୍ଲା ସଦସ୍ୟଙ୍କ ପେଜରରେ ସିରିଏଲ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଲେବାନନର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ମଙ୍ଗଳବାର (ସେପ୍ଟେମ୍ବର ୧୭) ଏହି ସିରିଏଲ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ପାଖାପାଖି ୨୮୦୦ ଲୋକ ଆହତ ହୋଇଛନ୍ତି । ପେଜର୍ସରେ ହୋଇଥିବା ସିରିଏଲ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଇରାନର ସ୍ଥାନୀୟ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଇରାନ ରାଷ୍ଟ୍ରଦୂତ ମୋଜତବା ଅମାନି ଏହି ସିରିଏଲ ବିସ୍ଫୋରଣରେ ଲେବାନନରେ ଆହତ ହୋଇଛନ୍ତି । ଲେବନାନ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ହିଜବୁଲ୍ଲା ଯୋଦ୍ଧା ଏବଂ ଡାକ୍ତର ଅଛନ୍ତି ବୋଲି ସୁରକ୍ଷା ସୂତ୍ରରୁ ସୂଚନା ମିଳିଛି । ଯୋଗାଯୋଗ ପାଇଁ ହିଜବୁଲ୍ଲା ଲଢୁଆମାନେ ବ୍ୟବହାର କରୁଥିବା ପେଜର ବିସ୍ଫୋରଣ ଆତଙ୍କ ସୃଷ୍ଟି କରିଛି ।

ଲେବାନନରେ ହୋଇଥିବା ଏହି ବିସ୍ଫୋରଣ ପରେ ଚାରିଆଡ଼େ ବିଶୃଙ୍ଖଳା ସୃଷ୍ଟି ହେବା ସହ ଚିତ୍କାର ର ଶବ୍ଦ ଶୁଣିବାକୁ ମିଳିଥିଲା। ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡିଛି । ସେପଟେ ଆମେରିକା ଘୋଷଣା କରିଥିବା ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାହାକୁ ଟାର୍ଗେଟ କରି ଲେବାନନର ରାଜଧାନୀ ବେରୁତରେ ଏହି ଆକ୍ରମଣ କରାଯାଇଥିବା ଅନେକ ରିପୋର୍ଟରେ ଦାବି କରାଯାଉଛି । ଆମେରିକା ଓ ୟୁରୋପୀୟ ସଂଘ ହିଜବୁଲ୍ଲାକୁ ନିଷିଦ୍ଧ କରିଥିବା ବେଳେ ଇରାନ୍ ଏହାକୁ ସମର୍ଥନ କରୁଛି।

 

Get real time updates directly on you device, subscribe now.