fbpx

ବଲିଉଡ ସିନେମାରେ ସବୁ ରେକର୍ଡ ଭାଙ୍ଗିଲା Stree-2: ପଛରେ ପଡ଼ିଲେ କିଙ୍ଗ ଖାନ୍

ମୁମ୍ବାଇ: ବଲିଉଡ ସିନେମା ଇଣ୍ଡଷ୍ଟ୍ରିରେ ଇତିହାସ ସୃଷ୍ଟି କରିଛି ହରର୍-କମେଡି ସିନେମା ‘ସ୍ତ୍ରୀ-୨’ । ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଏହି ସିନେମା ବର୍ତ୍ତମାନ ସମସ୍ତଙ୍କୁ ପଛରେ ପକାଇ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛି । ବକ୍ସ ଅଫିସରେ ହିନ୍ଦୀ ସିନେମାରେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ଏହି ରେକର୍ଡ ଭାଙ୍ଗିବା ସହ ‘ସ୍ତ୍ରୀ-୨’ ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ସୁପରହିଟ ମୋଭି ‘ଜୱାନ’କୁ ମଧ୍ୟ ପଛରେ ପକାଇଛି । ବର୍ତ୍ତମାନ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ପାଲଟିଛି ‘ସ୍ତ୍ରୀ-୨’ ।

ଶ୍ରଦ୍ଧା କପୁର, ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ସ୍ତ୍ରୀ-୨ ଇତିହାସ ସୃଷ୍ଟି କରିଛି । ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ବ୍ଲକବଷ୍ଟର ସିନେମା ‘ଜୱାନ’ର ଲାଇଫଟାଇମ ହିନ୍ଦୀ କଲେକ୍ସନ ରେକର୍ଡକୁ ପଛରେ ପକାଇବାରେ ସଫଳ ହୋଇଛି ସ୍ତ୍ରୀ-୨ । ଏ ନେଇ ଫିଲ୍ମ ଟ୍ରେଡ ଏକ୍ସପର୍ଟ ତରଣ ଆଦର୍ଶ ସୂଚନା ଦେଇଛନ୍ତି । ରିଲିଜର ମାସକ ପରେ ୫୮୬ କୋଟି ଟଙ୍କା କଲେକ୍ସନ କରିବାରେ ସଫଳ ହୋଇଛି ଏହି ହରର୍-କମେଡି ସିନେମା । ତେବେ ଏହାପୂର୍ବରୁ ଶାହରୁଖ ଖାନଙ୍କ ‘ଜୱାନ’ ମୋଟ ୫୮୨.୩୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା । ତେବେ ‘ସ୍ତ୍ରୀ-୨’ ବର୍ତ୍ତମାନ ଏହି ରେକର୍ଡକୁ ପଛରେ ପକାଇ ହିନ୍ଦୀ ସିନେମା ଇତିହାସରେ ସର୍ବାଧିକ ଆୟ କରିବାର ରେକର୍ଡ ନିଜ ନାମରେ କରିଛି ।

ତେବେ ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଥିବା ଏହି ହରର୍ କମେଡି ଫିଲ୍ମକୁନେଇ ଏବେ ବି ଲୋକଙ୍କ ମନରେ କ୍ରେଜ ଦେଖିବାକୁ ମିଳିଛି । ସ୍ତ୍ରୀ-୨ର ବଜେଟ ପ୍ରାୟ ୫୦ କୋଟି ଟଙ୍କା ରହିଥିବା ବେଳେ ଏହା ବର୍ତ୍ତମାନ ସୁଦ୍ଧା ଏହାର ପ୍ରାୟ ୧୧ ଗୁଣ ଅଧିକ ଟଙ୍କା ଇନକମ୍ କରିସାରିଛି । ତେବେ ସାରା ଦେଶରେ ୫୮୬ କୋଟି ଟଙ୍କାର ରୋଜଗାର ହୋଇଥିବା ବେଳେ ସାରା ବିଶ୍ୱରେ ଏହା ୮୨୬ କୋଟିର କଲେକ୍ସନ କରିଛି । ତେବେ ବର୍ତ୍ତମାନ ଫିଲ୍ମ ୦୦ କୋଟି କ୍ଲବ ଛୁଇଁବାକୁ ଟାର୍ଗେଟ ରଖିଛି ।

ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିବା ସ୍ତ୍ରୀ-୨ ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅମର କୌଶିକ ରହିଛନ୍ତି । ଏହାବ୍ୟତୀତ ସିନେମାରେ ସୁପରଷ୍ଟାର ବରୁଣ ଧୱନ(ଭେଡ଼ିୟା) ଏବଂ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ମଧ୍ୟ କ୍ୟାମିଓ ରୋଲ୍ କରିଛନ୍ତି । ଅଗଷ୍ଟ ୧୫ ତାରିଖରେ ଏହି ସିନେମା ପ୍ରେକ୍ଷାଳୟକୁ ଆସିଥିଲା । ଏହାସହିତ ଆହୁରି ୧୬ଟି ଛୋଟବଡ଼ ଫିଲ୍ମ ରିଲିଜ ହୋଇଥିବା ବେଳେ ସ୍ତ୍ରୀ-୨ ଏସବୁ ସିନେମା ସହ ‘ଜୱାନ’କୁ ପଛରେ ପକାଇ ବଲିଉଡ ଇତିହାସରେ ସ୍ୱର୍ଣ୍ଣିକ ରେକର୍ଡ ସାମିଲ କରିଛି ।

Get real time updates directly on you device, subscribe now.