fbpx

Test Cricket: ଧଳା ବଲ୍ ରେ କାହିଁକି ଖେଳା ଯାଏନି ଟେଷ୍ଟ ମ୍ୟାଚ, ରେଡ୍ ବଲର ହିଁ ବ୍ୟବହାର……

ଓଡ଼ିଶା ଭାସ୍କର: କ୍ରିକେଟ୍ ଇତିହାସରେ ସର୍ବପ୍ରଥମେ ୧୮୭୭ ମସିହାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳା ଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ଅନେକ ଦଶକ ପରେ ଦିନିକିଆ କ୍ରିକେଟର ଆଗମନ ହୋଇଥିଲା । ଫଳରେ ଧଳା ବଲର ବ୍ୟବହାର ହେଲା । ଦୀର୍ଘ ଦିନରୁ ଟେଷ୍ଟ ମ୍ୟାଚ ଲାଲ ବା ନାଲି ବଲରେ ଓ ଦିନିକିଆ ଏବଂ ସୀମିତ ଓଭର କ୍ରିକେଟ୍ ଧଳା ବଲରେ ଖେଳା ଯାଇଆସୁଛି । ତେବେ ସାଧାରଣ ଲୋକଙ୍କ ମନରେ ସ୍ବତଃ ଭାବରେ ପ୍ରଶ୍ନ ଆସେ, ଟେଷ୍ଟ ମ୍ୟାଚ୍ ଧଳା ବଲରେ କାହିଁକି ଖେଳା ଯାଏନି !

ପ୍ରକାଶଥାଉ ଯେ, ଅନେକ କାରଣ ଯୋଗୁଁ ଧଳା ବଲ୍ ର ବ୍ୟବହାର ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ବ୍ୟବହାର ହୁଏ ନାହିଁ । ଏହାର ଏକ ପ୍ରମୁଖ କାରଣ ହେଉଛି, ଟେଷ୍ଟ ମ୍ୟାଚ୍ ପ୍ରାୟତଃ ଦିନ ସମୟରେ ଖେଳାଯାଏ । ଯଦିବା ଆଜିକାଲି ଦିବା – ରାତ୍ର ଟେଷ୍ଟ ଆସି ସାରିଛି । ଏହାବାଦ ଟେଷ୍ଟ ମ୍ୟାଚ୍ ରେ ଦିନକୁ ପ୍ରାୟ ୯୦ ଓଭର ବୋଲିଂ ହୁଏ । ଏଭଳି ପରିସ୍ଥିତିରେ ରେଡ୍ ବଲ୍ ଧଳା ବଲ୍ ଅପେକ୍ଷା ଅଧିକ ଉପଯୁକ୍ତ ସାବ୍ୟସ୍ତ ହୋଇଥାଏ । ଏହା ଶୀଘ୍ର ପୁରୁଣା ହୁଏ ନାହିଁ ।

ରେଡ୍ ବଲ୍ ପ୍ରାୟତଃ ୭୦-୮୦ ଓଭର ପର୍ଯ୍ୟନ୍ତ ଖରାପ ନ ହୋଇ କାମ କରେ । ଯାହା ଧଳା ବଲ୍ କ୍ଷେତ୍ରରେ ମୁସ୍କିଲ । ସେଥିପାଇଁ ତ ଟେଷ୍ଟ ମ୍ୟାଚ୍ ରେ ୮୦ ଓଭର ପରେ ନୂଆ ବଲ୍ ବଦଳାଇବାର ନିୟମ ରହିଛି ।

ସେହିଭଳି ନାଲି ବଲର ସମୟସୀମା ଅଧିକ ଥିବାରୁ ଶୀଘ୍ର ରିଭର୍ସ ସ୍ୱିଙ୍ଗ ହୋଇ ନ ଥାଏ। । ଯାହା ଧଳା ବଲ କ୍ଷେତ୍ରରେ ଅଧିକ ଥାଏ । ଦିନିକିଆ ଓ ସୀମିତ ଓଭର କ୍ରିକେଟ୍ ରେ ଏହା ପ୍ରାରମ୍ଭିକ ଓଭର ଗୁଡିକରୁ ହିଁ ଦେଖିବାକୁ ମିଳେ । ମାତ୍ର ଟେଷ୍ଟର ଏହା ୪୦-୫୦ ଓଭର ପରେ ଦେଖା ଯାଏ । ଫଳରେ ବଲ୍ ପୁରୁଣା ହେଲା ପରେ ବି ବୋଲିଂ କରୁଥିବା ଦଳ ବା ଟିମ୍ କୁ ସୁବିଧାଜନକ ହୁଏ ।
ଯଦି ଟେଷ୍ଟରେ ଧଳା ବଲର ବ୍ୟବହାର ହେବ, ତେବେ ରିଭର୍ସ ସ୍ଵିଙ୍ଗ ଦେଖାଯିବ ଓ ଟେଷ୍ଟ କ୍ରିକେଟର ମଜା ଆଉ ରହିବ ନାହିଁ । ଫଳରେ ଏଥିରେ ନାଲି ବଲ୍ ହିଁ ବ୍ୟବହୃତ ହୁଏ । ଯାହା ଟେଷ୍ଟ କ୍ରିକେଟର ସୌନ୍ଦର୍ଯ୍ୟକୁ ପରିମାର୍ଜିତ କରେ ।
This one

Get real time updates directly on you device, subscribe now.