fbpx

ସଲମାନ ଖାନଙ୍କ ବାପା ସଲୀମ ଖାନଙ୍କୁ ମର୍ଣ୍ଣିଂ ୱାକ ସମୟରେ ମିଳିଲା ଧମକ

ନୂଆଦିଲ୍ଲୀ: ଫିଲ୍ମ ଅଭିନେତା ସଲମାନ ଖାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଟାର୍ଗେଟରେ ଅଛନ୍ତି। ସଲମାନ ଖାନଙ୍କୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗଙ୍କ ଜୀବନରୁ ମାରିଦେବା ଧମକ ମଧ୍ୟରେ ସଲମାନଙ୍କ ବାପାଙ୍କୁ ଧମକ ମିଳିଛି। ସଲମାନଙ୍କ ବାପାଙ୍କୁ ଜଣେ ବୁର୍ଖା ପିନ୍ଧିଥିବା ମହିଳା ଦେଇଛନ୍ତି। ସେ ଲରେନ୍ସ ବିଶ୍ନୋଇଙ୍କ ନାମରେ ଏହି ଧମକ ଦେଇଛନ୍ତି ବୋଲି ଜଣାପଡିଛି।

ମୁମ୍ବାଇ ପୋଲିସଙ୍କ ଅନୁସାରେ, ସଲୀମ ଖାନ ମୁମ୍ବାଇର ବାନ୍ଦ୍ରାରେ ସକାଳୁ ସକାଳୁ ମର୍ଣ୍ଣିଂ ୱାକରେ ବାହାରିଥିଲେ, ଏହି ସମୟରେ ତାଙ୍କ ପାଖକୁ ଜଣେ ମହିଳା ଆସିଥିଲେ ଏବଂ ତାଙ୍କୁ ଲରେନ୍ସ ବିଶ୍ନୋଇଙ୍କ ନାମ ନେଇ ଧମକାଇଥିଲା।

ସଲୀମ ଖାନଙ୍କ ପକ୍ଷରୁ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ମହିଳାଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ସିସିଟିଭି ସହାଯ୍ୟରେ ବାନ୍ଦ୍ରା ପୋଲିସ ମାମଲାରେ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି। ଯେଉଁମାନେ ପୋଲିସ ମହିଳାଙ୍କ ବିଷୟରେ ପଚରାଉଚରା କରୁଥିଲା। ସଲୀମ ଖାନଙ୍କୁ ଧମକ ଦେଇଥିବା ମହିଳା ଏପର୍ଯ୍ୟନ୍ତ ଫେରାର ଅଛନ୍ତି।

Get real time updates directly on you device, subscribe now.