fbpx

ନା ହେବ OTP Fraud, ନା ବ୍ୟାଙ୍କ ଆକାଉଣ୍ଟ ଖାଲି, ସରକାରୀ ଏଜେନ୍ସି କହିଲେ ସେପ୍ଟି ଟିପ୍ସ

ନୂଆଦିଲ୍ଲୀ: ଭାରତରେ ସାଇବର ଫ୍ରଡ ମାମଲା ଲଗାତାର ସାମ୍ନାକୁ ଆସିଛି। ଯେଉଁଠାରେ ସାଇବର ଠକ ଲୋକଙ୍କୁ ଧୋକା ଏବଂ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଛି। ଭାରତୀଙ୍କୁ ସାଇବର ଫ୍ରଡରୁ ବଞ୍ଚାଇବା ପାଇଁ ସରକାରଙ୍କ ଏଜେନ୍ସିଙ୍କ ପକ୍ଷରୁ କିଛି ସେଫ୍ଟି ଟିପ୍ସ କହିଛନ୍ତି, ଯାହାକୁ ମାନିଲେ ଏହି ମାମଲା ହ୍ରାସ ପାଇପାରେ। ସାଇବର ଫ୍ରଡଙ୍କ ଯୋଗୁଁ ଲୋକଙ୍କୁ କ୍ଷତି ସହିବାକୁ ପଡୁଛି। ଏହି ମାମଲାରେ ଦେଶରେ ଲଗାତାର ଲୋକଙ୍କୁ ଜାଗ୍ରତ କରାଯାଉଛି। ଏଥିସହ ଏହି ଅପରାଧକୁ ରୋକିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ସେଫ୍ଟି ଟିପ୍ସ:
ବ୍ୟାଙ୍କ ବା ଅନ୍ୟ ଫାଇନାନସିଆଲ ଅଥରିଟି ପକ୍ଷରୁ ଟୋଲ ଫ୍ରୀ ନମ୍ବରରୁ କଲ ଆସିପାରେ। ଏହାପରେ ସେମାନେ ଆପଣଙ୍କୁ ଓଟିପି ମାଗିପାରନ୍ତି। ଏପରି କଲରୁ ସାବଧାନ ରହିବାର ଆବଶ୍ୟକ। କୌଣସି ଅଜଣା ନମ୍ବରରୁ କଲ ଏବଂ ମେସେଜ ଉପରେ ଭୁଲରେ ବି ବ୍ୟାଙ୍କ ସମ୍ବନ୍ଧୀୟ ଏବଂ ଆକାଉଣ୍ଟ ନମ୍ବର ଭଳି ଜିନିଷ ସେୟାର କରନ୍ତୁ ନାହିଁ। ବ୍ୟାଙ୍କ ନମ୍ବର ବା କୌଣସି ମଧ୍ୟ ସର୍ଭିସକୁ ଭେରିଫାଏ କରିବା ପାଇଁ ଅଫିସିଆଲ ୱେବସାଇଟ୍ ସାହାଯ୍ୟ ନେଇପାରିବେ। ସେହିପରି କ୍ୟାଶବ୍ୟାକ ଏବଂ ରିୱାର୍ଡସ ଲାଞ୍ଚରେ କେବେ ଫୋନ କଲ୍ସ, ମେସେଜ ଏବଂ ଅନଲାଇନ ଲିଙ୍କ ଆଦିରେ ଭୁଲରେ ବି ଓଟିପି ସେୟାର ନ କରନ୍ତୁ।

Get real time updates directly on you device, subscribe now.