fbpx

ହ୍ୟାକ ହେଲା ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ: ନଜର ଆସୁଛି କ୍ରିପ୍ଟୋକରେନ୍ସି XRPର Video

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ଶୁକ୍ରବାର ଦିନ ହ୍ୟାକ ହୋଇଯାଇଛି । ହ୍ୟାକ ହେବା ପରେ ଏଥିରେ କ୍ରିପ୍ଟୋକରେନ୍ସି ସମ୍ପର୍କୀତ ବିଜ୍ଞାପନ ପ୍ରସାରିତ କରାଯାଇଥିଲା । ଏହା ଆମେରିକା କମ୍ପାନୀ ରିପଲ ଲ୍ୟାବ୍ସ ଦ୍ୱାରା ବିକସିତ କ୍ରିପ୍ଟୋକରେନ୍ସି ସଂସ୍ଥା । ସେହିପରି ଚ୍ୟାନେଲରେ ଏକ ବ୍ଲାଂକ ଭିଡିଓ ପ୍ରସାରିତ କରାଯାଇଥିଲା ।

ଏହାର ଶୀର୍ଷକ ବ୍ରେଂଡ ଗର୍ଲିଂଗହାଉସ ରହିଛି । ହ୍ୟାକ ହେବା ପରେ ସୁରକ୍ଷା ଏଜେନ୍ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ଦେଶର ସର୍ବୋଚ୍ଚ ନ୍ୟାୟଳୟ ସମ୍ବିଧାନ ଜନହିତ ସମ୍ପର୍କୀତ ମାମଲାର ଶୁଣାଣୀ ଏହି ଚ୍ୟାନେଲ ମାଧ୍ୟମରେ କରିଥାନ୍ତି ।

୨୦୧୮ରେ ଏକ ମହତ୍ୱପୂର୍ଣ୍ଣ ମାମଲାର ଶୁଣାଣୀ ପ୍ରଥମେ ଏହା ମାଧ୍ୟମରେ କରାଯାଇଥିଲା । ସେତେବେଳର ସିଜେଆଇ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ ନ୍ୟାୟଳୟରେ ସର୍ବସମ୍ମତିକ୍ରମେ ଏହାର ନିର୍ଣ୍ଣୟ ନିଆ ଯାଇଥିଲା । ଖୁବ ଶୀଘ୍ର ଚ୍ୟାନେଲକୁ ବିପଦମୁକ୍ତ କରାଯିବ ବୋଲି ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ।

ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯାହା ଘଟିଛି ତାହାର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ୱେବସାଇଟରେ କିଛି ସମସ୍ୟା ଦେଖାଦେଇଛି। ଶୁକ୍ରବାର ଦିନ ଏହି ସୂଚନା ଗ୍ରହଣ କରାଯାଇଛି ଏବଂ ସୁପ୍ରିମକୋର୍ଟର ଆଇଟି ଟିମ୍ ଏହି ମାମଲାକୁ ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) କୁ ପଠାଇଛନ୍ତି।

Get real time updates directly on you device, subscribe now.