fbpx

ପଡୋଶୀଙ୍କ କାନ୍ଧରେ ବନ୍ଧୁକ ରଖି ଭାରତକୁ ଘେରିବାକୁ ଡ୍ରାଗନ କରୁଛି ଷଡଯନ୍ତ୍ର

ନୂଆଦିଲ୍ଲୀ: ଦକ୍ଷିଣ ଏସିଆର ବହୁ ଦେଶ ଏବେ ବିଭିନ୍ନ କ୍ରାଇସେସ ଦେଇ ଗତିକରୁଛନ୍ତି । ମୁଖ୍ୟତଃ ଭାରତର ପ୍ରାୟ ସବୁ ପଡୋଶୀ ଦେଶ ଭିତରେ ଲାଗିରହିଛି ବିବାଦ ଓ ସମସ୍ୟା । ଆଉ ସେମାନଙ୍କ ଏହି ସମସ୍ୟାର କାରଣ ଓ ତାର ଫାଇଦା ନେବାକୁ ଚୀନ ଚକ୍ରାନ୍ତ ଚଳାଇଛି । ପ୍ରତି କ୍ଷେତ୍ରରେ ଚୀନକୁ ମାତ ଦେଇ ତା ପାଖରେ ମୁଣ୍ଡ ନୁଆଁଉ ନ ଥିବା ଭାରତକୁ କବଜାକୁ ନେବାକୁ ଚୀନ ଭାରତର ପଡୋଶୀ ଦେଶଙ୍କ ଉପରେ ନିଜ ଆଧିପତ୍ୟ ବିସ୍ତାର କରି ଭାରତକୁ କବଜା କରିବାକୁ ପ୍ରୟାସ କରୁଛି ।

ଚୀନ ନିଜ ବିସ୍ତାରବାଦକୁ ଫଳବତୀ କରିବାକୁ ଅନ୍ୟ ଦେଶଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିବାରେ ଲାଗିଛି । ସେମାନଙ୍କ ଦୁର୍ବଳତାର ନେଉଛି ଭରପୂର ଫାଇଦା, ଯାହା ଏବେ ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଚୀନ ପ୍ରଥମେ ଶ୍ରୀଲଙ୍କା ସରକାରର ଆର୍ଥିକ ଦୁର୍ବଳାକୁ ନେଇ ଋଣଭାରରେ ଦେଶ ଉପରେ ପ୍ରଭୁତ୍ୱ ବିସ୍ତାର କରିବାରେ ସଫଳ ହୋଇଛି । ଏବେ ଶ୍ରୀଲଙ୍କା ସମ୍ପୂର୍ଣ୍ଣରୂପେ ଚୀନ ଅଧୀନରେ ।

ସେହିପରି ପଡୋଶୀ ମାଲଦୀପ ମଧ୍ୟ ଆର୍ଥିକ ସଂକଟ ଦେଇ ଗତିକରୁଛି । ଦେଶକୁ ଏବେ ଅନ୍ୟ ଦେଶଙ୍କ ସାହାଯ୍ୟର ସର୍ବଧିକ ଆବଶ୍ୟକତା ରହିଛି । ବାଙ୍ଗଲା ଦେଶର କଥା ନ କହିବାକ ଭଲ । ରାଜନୈତିକ ସଂକଟ ଭିତରେ କ୍ଷମତା ପରିବର୍ତ୍ତନ ହୋଇଛି । ଦେଶର ଅର୍ଥ ବ୍ୟବସ୍ଥା ଏଥିରେ ପ୍ରଭାବିତ ହୋଇଛି । ଯାହାର ଫାଇଦା ନେବାକୁ ଚୀନ ଆଖି ଗଡେଇ ବସିଛି ।

ଚୀନର ଫଣ୍ଡା ହେଉଛି, ଆର୍ଥିକ ସଙ୍କଟ କାଳରେ ଦେଶକୁ ସାହାଯ୍ୟର ହାତ ବଢାଇ ପରେ ସେହି ଦେଶର ସରକାରକୁ ନିଜ ହାତ ମୁଠାକୁ ନେବା । ଭାରତ ଉପରେ ନିଜ ଅଙ୍କୁଶ କଷିବାକୁ ଚୀନ ସବୁ ସମୟରେ ଭାରତର ପଡୋଶୀ ଦେଶଙ୍କୁ ନିଜ କବ୍ଚାକୁ ନେଇଚାଲୁଛି । ନେପାଳରେ ମଧ୍ୟ ଡ୍ରାଗନ ନିଜ ଉପସ୍ଥିତି ଜାହିର କରିଛି । ସେପଟେ ପାକିସ୍ତାନ ଚୀନର ସାହାଯ୍ୟ ପାଇଁ ତାର ଅନୁଗାମୀ ହେବ ସହ ପାକର ଭାରତ ବିରୋଧୀ ଆଭିମୁଖ୍ୟ ମଧ୍ୟ ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଏମିତି ଅବସ୍ଥାରେ ଭାରତ ଯେମିତି ଏକ ଚକ୍ରବ୍ୟୁହ ଭିତରେ ଫସି ରହିଛି ।

ଚୀନ ଯେ କୌଣସି ସମୟରେ ତାର ପ୍ରଭୁତ୍ୱ ସ୍ୱିକାର କରିଥିବା ଦେଶଙ୍କ ସୀମାରୁ ବିଭିନ୍ନ ସମୟରେ ବା ଏକକାଳୀନ ଆକ୍ରମଣ କରିପାରିବ ବୋଲି ରାଜନୈତିକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।

Get real time updates directly on you device, subscribe now.