fbpx

ଏହି ମାରାତ୍ମକ ରୋଗର ସଙ୍କେତ ହୋଇପାରେ ଘୁଙ୍ଗୁଡି, ଜାଣନ୍ତୁ କିପରି ବର୍ତ୍ତିବେ ଆପଣ

ଘୁଙ୍ଗୁଡି ମାରିବା ସାଧାରଣ କଥା । ମାତ୍ର ଅନେକ ସମୟରେ ଏହା ମାରାତ୍ମକ ରୋଗର ସଙ୍କେତ ହୋଇପାରେ । ଅନେକ ଗବେଷଣାରୁ ଜଣାପଡିଛି ଯେ , ଅଧିକ ଏବଂ ଲଗାତାର ଘୁଙ୍ଗୁଡି ମାରୁଥିଲେ, ଏହା ଗଳା କର୍କଟ ହେବାର ସଙ୍କେତ ହୋଇପାରେ । ପରିବାର କୌଣସି ବ୍ୟକ୍ତି ବିଶେଷ ଘୁଙ୍ଗୁଡି ସମସ୍ୟା ପାଇଁ ଚିନ୍ତିତ ଥିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ ।

ଏହା କେବଳ ନିଦକୁ ପ୍ରଭାବିତ କରେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ।

ଘୁଙ୍ଗୁଡି ମାରିବା ସାଧାରଣତଃ ନିଦ ସମୟରେ ନିଶ୍ୱାସ ପ୍ରଶ୍ୱାସରେ ଥିବା ସମସ୍ୟା କାରଣରୁ ହୋଇଥାଏ । ଏହି ସମସ୍ୟା ନିଦ ସମୟରେ ଶ୍ୱାସ ନଳୀ ସଙ୍କୁଚିତ ହେବା ଦ୍ୱାରା ଉତ୍ପନ ହୋଇଥାଏ । ଏହାଦ୍ୱାରା ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇଥାଏ । ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଗଳା ଓ ଶ୍ୱାସ ନଳୀର କ୍ଷତି କରିବା ସହ ଶେଷରେ କର୍କଟ ରୋଗର ରୂପ ନେଇଥାଏ।

ମୋଟାପଣ- ଓଜନ ବୃଦ୍ଧି ଘୁଙ୍ଗୁଡିର ଏକ ପ୍ରମୁଖ କାରଣ । କାରଣ ଗଳା ଓ ବେକ ନିକଟରେ ଶ୍ୱାସ ନଳୀ ସଙ୍କୁଚିତ କରିଥାଏ ।

ଏଲର୍ଜି- ନାକ କିମ୍ବା ଗଳାରେ ସଂକ୍ରମଣ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ନାସ ନେବାରେ ସମସ୍ୟା ହୋଇଥାଏ । ଫଳରେ ଘୁଙ୍ଗୁଡି ଆସିଥାଏ ।

ଅତ୍ୟଧିକ ନିଶା ଜିନିଷ ସେବନ- ଅଧିକ ନିଶା ଜିନିଷ ସେବନ କରିବା ଦ୍ୱାରା ମଧ୍ୟ ଶ୍ୱାସନଳୀରେ ସମସ୍ୟା ହୋଇଥାଏ ।

ନିଦରେ ସମସ୍ୟା- ପିଠି ମାଡି ଅଧିକ ସମୟ ଶୋଇବା ଦ୍ୱାରା ଶ୍ୱାସନଳୀ ଉପରେ ପ୍ରଭାବ ପଡିଥାଏ । ଫଳରେ ଘୁଙ୍ଗୁଡି ସମସ୍ୟା ବୃଦ୍ଧି ପାଏ ।

କେମିତି ଦୂର ହେବ ଏହି ସମସ୍ୟା-

ଯଦି ଆପଣ ମୋଟାପଣର ଶିକାର ହୋଇଛନ୍ତି, ତେବେ ଓଜନ ନିୟନ୍ତ୍ରଣ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ଶ୍ୱାସନଳୀରେ କମ୍ ପ୍ରଭାବ ପଡିଥାଏ । ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇନଥାଏ । ପିଠି ମାଡି ଶୋଇବା ବଦଳରେ ବାମ ପଟ କିମ୍ବା ଡାହାଣ ପଟ ମାଡି ଶୁଅନ୍ତୁ । ଏହାଦ୍ୱାରା ଶ୍ୱାସନଳୀରେ କମ୍ ପ୍ରଭାବ ପଡିଥାଏ । ଘୁଙ୍ଗୁଡି ସମସ୍ୟା ମଧ୍ୟ କମ୍ ହୋଇଥାଏ । ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ । ଶୋଇବା ପୂର୍ବରୁ ଷ୍ଟିମ୍ ବା ବାମ୍ଫ ନିଅନ୍ତୁ । ଏପରି କରିବା ଦ୍ୱାରା ନାକ ଓ ପାଟି ସଫା ରହିଥାଏ । ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇନଥାଏ । ଏହା ସହ ଘୁଙ୍ଗୁଡି ସମସ୍ୟା ମଧ୍ୟ ଦୂର ହୋଇଥାଏ । ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରର ମାଂସପେଶୀ ମଜଭୂତ ହୋଇଥାଏ । ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ । ନିଦ କମ୍ ହେବା କାରଣରୁ ଗଳାରେ ମଧ୍ୟ ସମସ୍ୟା ହୋଇଥାଏ । ଫଳରେ ଘୁଙ୍ଗୁଡି ସମସ୍ୟା ବୃଦ୍ଧି ହୋଇଥାଏ । ଅଧିକ ପରିମାଣରେ ନିୟମିତ ଘୁଙ୍ଗୁଡି ସମସ୍ୟା ହେଉଥିଲେ, ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

Get real time updates directly on you device, subscribe now.