fbpx

ଦେଶବ୍ୟାପୀ ୧୪.୫୦୦ SHGର ମହିଳା ହେବେ ରାଷ୍ଟ୍ର ବିକାଶର ଚାବିକାଠି

ନୂଆଦିଲ୍ଲୀ: ଏଣିକି ଏସଏଚଜି ମହିଳାମାନେ ଉଡାଇବେ ଡ୍ରୋନ । ମହିଳାଙ୍କୁ କେନ୍ଦ୍ରର ଏକ ବିଶେଷ ଯୋଜନାରେ ଦିଆଯିବ ଡ୍ରୋନ । ଏହାକୁ କୁହାଯାଉଛି ଡ୍ରୋନ ଦିଦି । ଏହି ଯୋଜନାରେ ମହିଳାଙ୍କୁ ଆଠ ଲକ୍ଷ ଲେଖାର ଫାଇଦା ହେବାକୁ ଯାଉଛି । ଏଥିରେ ଦେଶବ୍ୟାପୀ ୧୪.୫୦୦ ଏସଏଚଜିଙ୍କୁ ଡ୍ରୋନ ଦିଆଯିବ ।

କେନ୍ଦ୍ର କୃଷି ମନ୍ତ୍ରଣାଳୟ ମୁତବାକ, ଏହି ଯୋଜନାର ଡ୍ରାପ୍ଟ ପ୍ରସ୍ତୁତ ହୋଇସାରିଛି । ତିନି ମାସ ଭିତରେ ୩ ହଜାର ଡ୍ରୋନ ବଣ୍ଟନ କରାଯିବ । ଚଳିତ ମାସ ଭିତରେ ସବୁ ରାଜ୍ୟକୁ ଏନେଇ ନିର୍ଦ୍ଦେଶ କରାଯିବ । ଏହା ପରେ ଏହି ପ୍ରକ୍ରିୟାର ଆରମ୍ଭ ହେବ । ତେବେ ସବୁଠାରୁ ଅଧିକ ଡ୍ରୋନ ୟୁପିର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯିବ । ଏହା ପରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ରହିବ । ତେବେ ଡ୍ରୋନ ବଣ୍ଟନରେ କୃଷି ଉପଯୋଗୀ ଜମି, ସକ୍ରିୟ ଏସଏଚଜି, ନାନୋ ଫର୍ଟିଲାଇଜରର ଅଧିକ ଉପଯୋଗକୁ ପ୍ରାଧାନ୍ୟ ଦିଆଯିବ ।

ତେବେ କଣ ଏହି ଡ୍ରୋନ ଦିଦି ଯୋଜନ ଓ ଏହାର କଣ ରହିବ କାମ?

୨୦୨୩ ନଭେମ୍ବରରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ମହିଳା ଡ୍ରୋନ ଉଡାଇବା ଶିଖିବା ପରେ ନିଜ ଅଞ୍ଚଳରେ ଥିବା ଚାଷ ଜମିର ଉର୍ବରତା ବୃଦ୍ଧି ଦିଗରେ କାମ କରିବେ । ଡ୍ରୋନ ମାଧ୍ୟମରେ ସାର ସିଞ୍ଚନ କରାଯିବ । କୃଷି କ୍ଷେତ୍ରକୁ ଅଧିକ ଆଧୁନିକ ଓ ବିକଶିତ କରିବାକୁ ଏହି ଡ୍ରୋନ ଦିନି ଯୋଜନା ଆରମ୍ଭ ହେବାକୁ ଯାଉଛି । ଏଥିରେ କୃଷି ଅଭିବୃଦ୍ଧି ସହ କୃଷକ ଲାଭବାନ ହୋଇପାରିବେ ।

Get real time updates directly on you device, subscribe now.