fbpx

CTET Exam 2024: ଘୁଞ୍ଚିଲା CTET ପରୀକ୍ଷା ତାରିଖ, ପାଠ ପଢିବା ପାଇଁ ମିଳିଲା ସମୟ

ନୀଆଦିଲ୍ଲୀ: ବଦଳିଲା ସିଟିଇଟି ପରୀକ୍ଷା ତାରିଖ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE) ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ତିରଖରେ ପରିବର୍ତ୍ତନ କରିଛି । ପୂର୍ବରୁ ପରୀକ୍ଷା ତାରିଖ 1 ଡିସେମ୍ବର ବୋଲି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏହି ତାରିଖରେ ପରିବର୍ତ୍ତନ କରାଯାଇ 15 ଡିସେମ୍ବର କରାଯାଇଛି । ସିବିଏସସି ପକ୍ଷରୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ, ଯଦି କୌଣସି ସହରରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଏ ତାହେଲେ ଏହି ପରୀକ୍ଷା ସେପ୍ଟେମ୍ବର 14 ତାରିଖରେ ମଧ୍ୟ କରାଯାଇପାରେ ।

ତେବେ ଯେଉଁମାନେ ଏହି ପରୀକ୍ଷାରେ ସାମିଲ ହେବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ବର୍ତ୍ତମାନ ସୁବର୍ଣ୍ଣ ସୁଯୋଗ ରହିଛି । ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅକ୍ଟୋବର 16 ଶେଷ ତାରିଖ ରହିଛି । ଇଚ୍ଛୁକ ଆଶାୟୀମାନେ ସିଟିଇଟିର ଅଧିକାରୀକ ଓ୍ବେବସାଇଟ୍ ctet.nic.in କୁ ଯାଇ ଆବେଦନ କିରିପାରିବେ । ସିଟିଇଟି ପରୀକ୍ଷା ପାଇଁ ସବିଏସସି ପକ୍ଷରୁ ପରୀକ୍ଷା କେନ୍ଦ୍ରର ସଂଖ୍ୟାକୁ ମଧ୍ୟ କମ୍ କରାଯାଇଛି । 184ଟି ସହରର ପରୀକ୍ଷା କେନ୍ଦ୍ର ନେଇ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନକୁ ଏହାକୁ 132 କରାଯାଇଛି । ତେବେ ସିଫ୍ଟ ଅନୁସାରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ସିଫ୍ଟ ସକାଳ 9ଟା 30ରୁ 12 ଏବଂ ଦ୍ବିତୀୟ ସିଫ୍ଟ 2ଟା 30ରୁ 5 ଯାଏଁ ହେବ । ସାଧାରଣ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୦୦୦ଟଙ୍କା ଏବଂ ଦୁଇଟି ପେପର ପାଇଁ ୧୨୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଏବଂ ଦୁଇଟି ପେପର ପାଇଁ ୬୦୦ ଟଙ୍କା ରହିଛି ।

Get real time updates directly on you device, subscribe now.