fbpx

INDvsBAN; ଚେନ୍ନାଇ ଟେଷ୍ଟରେ ଭାରତ ୪୩୨ ରନ୍‌ରେ ଆଗୁଆ, ଗିଲ୍-ପନ୍ତ ଶତକ ନିକଟତର

ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତର ସ୍ଥିତି ଆହୁରି ମଜବୁତ ହୋଇଛି । ତୃତୀୟ ଦିନର ପ୍ରଥମ ଅଧିବେଶନରେ ବ୍ୟାଟିଂ କରି ଭାରତୀୟ ଦଳ ବିନା ୱିକେଟ୍ ହରାଇ ୧୨୪ ରନ୍ କରିଥିଲା । ଏହା ସହ ଭାରତ ବାଂଲାଦେଶ ଉପରେ ୪୩୨ ରନ୍ ର ଅଗ୍ରଣୀ ହାସଲ କରିଛି ।

ଦ୍ୱିତୀୟ ଇନିଂସରେ ଭାରତ ୩ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା । ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ ଓ ଋଷଭ ପନ୍ତ ଏବେ ବି କ୍ରିଜ୍ ରେ ଅଛନ୍ତି। ଦୁହେଁ ଯଥାକ୍ରମେ ୮୬ ଓ ୮୨ ରନ୍ କରିଛନ୍ତି । ଏହା ପୂର୍ବରୁ ଭାରତୀୟ ଦଳ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୮୧ ରନ୍ କରିଥିଲା ।

ବାଂଲାଦେଶ ପକ୍ଷରୁ ତାସ୍କିନ୍ ଅହମ୍ମଦ, ନାହିଦ ରାଣା ଓ ମେହେଦି ହାସନ ମିରାଜ ଗୋଟିଏ ଲେଖାଏଁ ଓ୍ଵିକେଟ୍ ପାଇଥିଲେ। ଲେଫ୍ଟ୍ ଆର୍ମ ସ୍ପିନରଙ୍କ ବିପକ୍ଷରେ ଋଷଭ ପନ୍ତଙ୍କ ରେକର୍ଡ ଭଲ ରହିଛି । ସେ ୩୬ଟି ଚୌକା ଓ ୨୪ଟି ଛକା ମାରିଛନ୍ତି । ବାଂଲାଦେଶର ସାକିବ ଅଲ ହାସନ ମଧ୍ୟ ଜଣେ ଲେଫ୍ଟ୍ ଆର୍ମ ସ୍ପିନର ।

Get real time updates directly on you device, subscribe now.