fbpx

(Video) ଟ୍ରେନକୁ ଅପେକ୍ଷା କରି ବସିଥିଲେ ଯାତ୍ରୀ; ହଠାତ୍ ସାମ୍ନାକୁ ଆସିଲା 6ଫୁଟର ଅଜଗର, ତାପରେ….

ନୂଆଦିଲ୍ଲୀ: ସାପ ଦେଖିଲେ ପାଦତଳୁ ମାଟି ଖସିଯାଏ । କିନ୍ତୁ ଯେତେବେଳେ ହଠାତ୍ ସାମ୍ନାକୁ ଅଜଗର ଆସିଯାଏ, କଳ୍ପନା କରନ୍ତୁ ତ କିଭଳି ଲାଗିବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଋଷିକେଶର ୟୋଗନଗରୀ ରେଲଓ୍ବେ ଷ୍ଚେସନରୁ । ଯାତ୍ରୀମାନେ ବସିଥିବା ବେଳେ ହଠାତ୍ ତାଙ୍କ ସାମ୍ନାକୁ ଅଜଗର ଆସି ଯାଇଥିଲା । ଏହା ଦେଖି ଉପସ୍ଥିତ ଯାତ୍ରୀମାନେ ଚିତ୍କାର କରିଥିଲେ । କିଛି କ୍ଷଣ ପାଇଁ କଣ ହେଲା କିଛି ବୁଝିହେଲା ନାହିଁ । ରେଲଓ୍ବେ ଷ୍ଟେସନରେ ବିଶୃଙ୍ଖଳା ପରିସ୍ଥିତି ଦେଖାଯାଇଥିଲା । ଲୋକେ ଏଣେତେଣେ ଦୌଡିବାକୁ ଲାଗିଲେ । ଅନ୍ୟ କିଛି ଯାତ୍ରୀ ସୋସିଆଲ ମିଡିଆରେ ଭିଡିଓ କରି ଛାଡିଲେ । ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ଲୋକେ କେତେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ 6ଫୁଟ ଲମ୍ବର ଅଜଗର ଦେଖି ୟୁଜର୍ସ ମଧ୍ୟ ଭୟଭୀତ ହେଲା ଭଳି ମତ ପ୍ରକାଶ କରୁଛନ୍ତି । ଭିଡିଓରେ ଦେଖାଯାଇଛି ଯେ, ଅଜଗର ନିଜ ଇଚ୍ଛା ଅନୁସାରେ ଷ୍ଟେସନରେ ବୁଲୁଛି । ହେଲେ ଯାତ୍ରୀମାନେ ଏହାକୁ ଦେଖି ଏଣେତେଣେ ଦୌଡିବାରେ ଲାଗିଛନ୍ତି । ଜଣେ ଅନ୍ୟ ଜଣଙ୍କୁ ଆଲର୍ଟ କରି ସେହି ସ୍ଥାନରୁ ବାହାରିବାକୁ କହୁଥିବା ଭିଡିଓରେ ଦେଖାଯଆଇଛି । କୁହାଯାଉଛି ଯେ, ଅଜଗର ରେଳ ଟ୍ରାକରୁ ବାହାରି ଷ୍ଟେସନକୁ ପ୍ରବେଶ କରିଥିଲା । ଟ୍ରେନ ଆସିବାକୁ ଅପେକ୍ଷା କରିଥିବା ଯାତ୍ରୀମାନେ ଛତ୍ରଭଙ୍ଗ ଦେଇଥିଲେ ।

Get real time updates directly on you device, subscribe now.