fbpx

ଦୋକାନକୁ ଯାଇ କଣ୍ଡୋମ ମାଗିବାକୁ ଖରାପ ଲାଗିଛି, ତେବେ…

ଓଡିଶା ଭାସ୍କର: ଜନସଂଖ୍ୟା ନିୟନ୍ତ୍ରଣ, ଏଚଆଇଭି, ହେପାଟାଟିସ୍ ପରି ବିଭିନ୍ନ ରୋଗ ସଂକ୍ରମଣ ରୋକିବା କ୍ଷେତ୍ରର କଣ୍ଡୋମ ବ୍ୟବହାର ଜରୁରୀ । କିନ୍ତୁ ଆଜି ମଧ୍ୟ ଅନେକ ଦୋକାନକୁ ଯାଉ କଣ୍ଡୋମ କିଣିବାକୁ ସଂକୋଚ କରିଥାନ୍ତି । ଦୋକାନୀକୁ କଣ୍ଡୋମ ମାଗିବାକୁ ଲଜ୍ଜା ଅନୁଭବ କରନ୍ତି । ତେଣୁ ବିନା ଏହି ସାମଗ୍ରୀରେ ଦୈହିକ ସମ୍ପର୍କ ସ୍ଥାପନ ଅନେକଙ୍କ ପାଇଁ ସମସ୍ୟାର କାରଣ ହୋଇଥାଏ । ଅବାଞ୍ଛିତ ଗର୍ଭ ସହ ସଂକ୍ରମିତ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରୋଗର କାରଣ ହୁଏ । ତେଣୁ କ୍ଷଣିକ ସୁଖ ଜୀବନ ଜାକ ପାଇଁ ଦୁଃଖର କାରଣ ହୁଏ ।
ସେଥିପାଇଁ ସରକାରଙ୍କ ପକ୍ଷରୁ କଣ୍ଡୋମ ବ୍ୟବହାରକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । ଏହା ବ୍ୟତୀତ କଣ୍ଡୋମର ବ୍ୟବହାରକୁ ପ୍ରୋତ୍ସାହନା ଦେବାକୁ କିଛି ରାଜ୍ୟର ମାଗଣା କଣ୍ଡୋମ ଯୋଗାଣ ଯୋଜନା କରାଯାଇଛି । ତେବେ କେଉଁ ସରକାରରେ କେଉଁ କେଉଁ ରାଜ୍ୟରେ କଣ୍ଡୋମର ମାଗଣା ବିତରଣ କରାଯାଇଛି ସେ ସମ୍ପର୍କରେ ଆସନ୍ତୁ ଜାଣିନେବା ।
ଦେଶର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଦେଶବ୍ୟାପୀ ବିଭିନ୍ନ ସରକାରୀ ଡାକ୍ତରଖାନାରେ କଣ୍ଡୋମ ବାକ୍ସ ଖୋଲା ଯାଇଛି । ଏହି ବାକ୍ସରେ ମାଗଣା କଣ୍ଡୋମ ଥାଏ । ଯିଏ ଚାହିଁବେ ଏହି ବାକ୍ସରୁ କଣ୍ଡୋମ ନେଇ ପାରିବେ । ଏଥିପାଇଁ କୌଣସି ସୀମା ନିର୍ଦ୍ଧାରଣ କରାଯାଇ ନାହିଁ । ଯାହାର ଯେତିକି କଣ୍ଡୋମ ଦରକାର ସେ ସେଠାରୁ ନେଇ ପାରିବେ । ଖାଲି କଣ୍ଡୋମ ନୁହେଁ, ଗର୍ଭନିରୋଧକ ପିଲ୍ସ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ସରକାରୀ ହସ୍ପିଟାଲରେ ।
ଏଥିପାଇଁ ବ୍ୟକ୍ତିଙ୍କୁ ନାମ, ପରିଚୟ ଦେବାର ମଧ୍ୟ ଆବଶ୍ୟକତା ନ ଥାଏ । ଏପରି କରିବା ପଛରେ ଜନସଂଖ୍ୟା ନିୟନ୍ତ୍ରଣରେ ରଖିବା ମୁଖ୍ୟ ଉଦ୍ଦେଶ୍ୟ । ଏହି ବ୍ୟବସ୍ଥା ପ୍ରଥମେ ଗ୍ଲୋବାଲ ଚାରିଟି ହେଲ୍ଥ କେୟାର ଦ୍ୱାରା ଖୋଲା ଯାଇଥିଲା । ଏବେ ତ ଆହୁରି ଅଧିକ ସୁବିଧା କରାଯାଉଛି କଣ୍ଡୋମ ଯୋଗାଣକୁ ବ୍ୟାପକ କରିବାକୁ । କଲ ବା ମେଲ କରି ଜଣେ ମାଗଣାରେ ମଧ୍ୟ ଘରେ କଣ୍ଡୋମ ପାଇପାରିବେ ।

Get real time updates directly on you device, subscribe now.