fbpx

Parenting Tips: ୧୦ ବର୍ଷର ଝିଅକୁ କିପରି ଶିକ୍ଷା ଦେବେ, ମାତାପିତା ମନେ ରଖନ୍ତୁ ଏହି କଥା

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଉଭୟ ଦମ୍ପତି କର୍ମଜୀବୀ । ତେଣୁ ସେମାନେ ପିଲାଙ୍କ ପାଠପଢ଼ା ଓ ସାଙ୍ଗସାଥିଙ୍କ ଉପରେ ଏତେଟା ଧ୍ୟାନ ଦେଇପାରନ୍ତି ନାହିଁ । ପ୍ରତ୍ୟେକ ମାତା ପିତା ଚାହାଁନ୍ତି ସେମାନଙ୍କ ପିଲା ସବୁ କ୍ଷେତ୍ରରେ ଉନ୍ନତି କରୁ । କିନ୍ତୁ ମାତା ପିତାମାନେ ହୁଏତ ଭୁଲି ଯାଉଛନ୍ତି କି ଏହା ସେମାନଙ୍କ ଚେଷ୍ଟା ଦ୍ୱାରା ଅସମ୍ଭବ । କେବଳ ସ୍କୁଲ ଫିସ୍‌, ଟ୍ୟୁସନ୍‌, ଟିଫିନ୍ ପ୍ୟାକ୍ କରିଦେଲେ ମାତାପିତାଙ୍କ ଦାୟିତ୍ୱ ଶେଷ ହୋଇଯାଏନି । ପିଲାଙ୍କ କ୍ୟାରିୟର ଗଢ଼ିବା ଏବଂ ଜୀବନର ଶିକ୍ଷା ଦେବା ଦିଗରେ ମାତାପିତାଙ୍କୁ ଯତ୍ନବାନ ରହିବା ଉଚିତ । ବିଶେଷ କରି ଝିଅଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ସେମାନଙ୍କୁ ଅତ୍ମନିର୍ଭରଶୀଳ କରିବା ଦିଗରେ ପ୍ରୋତ୍ସାହିତ କରିବା ଜରୁରୀ ।

୧. ଭାବନାକୁ କିପରି ସମ୍ଭାଳିବେ: ଝିଅମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି । ତେଣୁ ବୟସ ବଢ଼ିଲେ ସେମାନଙ୍କୁ ଧିରେ ଧିରେ ଭାବନା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଶିଖାନ୍ତୁ । ବିପରିତ ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ବୁଝି ବିଚାରି କାର୍ଯ୍ୟ କରିବା ଉଚିତ । ସୁଖ ଦୁଃଖ ଜୀବନର ଏକ ଅଂଶ ବିଶେଷ ତେଣୁ ସୁଖରେ ଅଧିକ ଖୁସି ନ ହୋଇ ଏବଂ ଦୁଃଖରେ ଅଧିକ ନ ଭାଙ୍ଗିପଡ଼ିବା ଉଚିତ ।

୨. ଭୁଲ ଓ ଠିକ୍ ଭିତରେ ପାର୍ଥକ୍ୟ: ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ଭୁଲ ଓ ଠିକ୍ ଭିତରେ ଫରକ କରିବା ଶିଖାନ୍ତୁ । ଏହା ଦ୍ୱାରା ନିଷ୍ପତ୍ତି ନେବା ସହଜ ହୋଇଥାଏ । ନିଜ ନିଷ୍ପତ୍ତି ଉପରେ ବିଶ୍ୱାସ ରଖିଲେ ଜୀବନର ଉତ୍ଥାନ ପତନର ମୁକାବିଲା କରିବା ସହଜ ହୋଇଇାଏ । ଏହା ବ୍ୟତୀତ କାହା ଉପରେ ବିଶ୍ୱାସ କରିବା ଏବଂ ଅବିଶ୍ୱାସ କରିବା ଶିଖାଇବା ଉଚିତ୍ । ଏହା ଦ୍ୱାରା ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ରହିଥାଏ ।

୩. ଘର ଠିକଣା ମନେ ରଖିବା: ମାତା ପିତାଙ୍କ ପାଇଁ ପୁଅ ଝିଅ ସମାନ । ତେଣୁ ପିଲାଟିଏ ବଡ଼ ହେଲେ ଧିରେ ଧିରେ ଘର ଠିକଣା ସହ ଏମର୍ଜେନ୍ସୀ ମୋବାଇଲ ନମ୍ବର ଇତ୍ୟାଦି ବିଷୟରେ ଅବଗତ କରାନ୍ତୁ ।

୪. ଗୁରୁଜନଙ୍କ ସହ କିପରି କଥାବାର୍ତ୍ତା ହେବା: ଝିଅମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଭାବେ ବିବେଚିତ କରାଯାଇଛି । ତେଣୁ ତାଙ୍କ କଥାବାର୍ତ୍ତା ଶୈଳୀ ବି ସେହି ଅନୁରୂପ ହେବା ଉଚିତ । ତେଣୁ ଝିଅକୁ ଅନ୍ୟମାନଙ୍କ ସହ(ନିଜ ଠାରୁ ସାନ, ସମବୟସ୍କ ଏବଂ ଗରୁଜନ) କିପରି କଥାବାର୍ତ୍ତା କରିବେ ଶିକ୍ଷା ଦେବା ଉଚିତ । ସେମାନଙ୍କ ବ୍ୟବହାରରୁ ସଂସ୍କାର ଜଣାପଡ଼ିଥାଏ ।

୫. ଶିକ୍ଷାର ମହତ୍ୱ: ଅଧିକାଂଶ ପରିବାରରେ ଝିଅଙ୍କ ଉଚ୍ଚ ଶିକ୍ଷାକୁ ଏତେଟା ଗୁରୁତ୍ୱ ଦିଆଯାଇନଥାଏ । ଅପରପକ୍ଷରେ ଝିଅକୁ ଶିକ୍ଷାର ମହତ୍ୱ ବିଷୟରେ ବୁଝାନ୍ତୁ । ଅଜ୍ଞାନତାକୁ ଦୂରେଇ ରଖିବାର ଏକମାତ୍ର ଅସ୍ତ୍ର ହେଉଛି ଶିକ୍ଷା । ଏହା ଦ୍ୱାରା ସେମାନଙ୍କ କ୍ୟାରିୟର ଉଜ୍ଜ୍ୱଳ ହୋଇଥାଏ ଏବଂ ଭବିଷ୍ୟ ସୁରକ୍ଷିତ ରୁହେ ।

୬. ଉତ୍ତମ ବନ୍ଧୁ: ଜୀବନରେ ବନ୍ଧୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । ଜୀବନରେ ଭଲ ଏବଂ ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନା କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ । କୁସଙ୍ଗତ ଗହଣରେ ରହିଲେ ଝିଅର ଭବିଷ୍ୟ ଓ କ୍ୟାରିୟର ନଷ୍ଟ ହୋଇପାରେ ।

Get real time updates directly on you device, subscribe now.