fbpx

ତିରୁପତି ମନ୍ଦିରରେ କାହିଁକି ଚଢାଯାଏ କୋଟି କୋଟି ଟଙ୍କାର ସୁନା-ରୂପା, ଭିନ୍ନ ଭଗବାନଙ୍କର ଲୀଳା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଲଡୁ ତିଆରି ସମୟରେ ଦାୟିତ୍ୱହୀନତା ମାମଲା। ଏହି ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସ ଜଡିତ। ଭକ୍ତଗଣ କୋଟି କୋଟି ଟଙ୍କାର କ୍ୟାସ, ସୁନା ଏବଂ ରୂପା ଆଦି ଭଗବାନ ଭେଙ୍କଟେଶ୍ୱରଙ୍କୁ ଚଢାଇଥାଆନ୍ତି। ପ୍ରତିବର୍ଷ ଦାନରେ ହିଁ ମନ୍ଦିରରେ ହଜାର କୋଟିର ରୋଜଗାର ହୋଇଥାଏ। ହେଲେ ଆପଣ ଜାଣିଛନ୍ତି କି ଏହି ମନ୍ଦିରକୁ ଲୋକେ ଏତେ ପରିମାଣରେ ଦାନ କରନ୍ତି। ଆସନ୍ତୁ ଜାଣିବା ଏହି ବିଷୟରେ..

ପୁରାତନ ବିଶ୍ୱାସ ଅନୁଯାୟୀ, ଥରେ ମହର୍ଷି ଭୃଗୂ ବୈକୁଣ୍ଠ ଅଭିମୁଖେ ଯାତ୍ରା କରିଥିଲେ। ଏଠାରେ ପହଞ୍ଚିବା ମାତ୍ରେ ମହର୍ଷି ଭୃଗୂ ଶେଶ ନାଗ ଶଯ୍ୟା ଉପରେ ଶୋଇଥିବା ବିଷ୍ଣୁଙ୍କୁ ଗୋଇଠା ମାରିଦେଇଥିଲେ। ଭଗବାନ ବିଷ୍ଣୁ ସଙ୍ଗେ ସଙ୍ଗେ ମହର୍ଷିଙ୍କ ପାଦ ଧରିଥିଲେ ଏବଂ ପଚାରିଥିଲେ ଯେ, ଆପଣଙ୍କ ପାଦରେ ଆଘାତ ଲାଗିନି ତ? ଏହାପରେ ମହର୍ଷି ଭୃଗୁ ବିଷ୍ଣୁଙ୍କୁ କହିଥିଲେ ଯେ, ଆପଣ ଏତେ ଶାନ୍ତ ଏବଂ ସହନଶୀଳ। ହେଲେ ମାଆ ଲକ୍ଷ୍ମୀଙ୍କୁ ଭୃଗୁଙ୍କ ଏହି ବ୍ୟବହାର ଭଲ ଲାଗିନଥିଲା। ସେ ଭଗବାନ ବିଷ୍ଣୁଙ୍କ ଉପରେ ରାଗି ବୈକୁଣ୍ଠ ଛାଡି ପଳାଇଥିଲେ।

ଯେତେବେଳେ ଭଗବାନ ବିଷ୍ଣୁ ମାଆ ଲକ୍ଷ୍ମୀଙ୍କୁ ଖୋଜିବାକୁ ଆରମ୍ଭ କଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ, ମାଆ ଏକ କନ୍ୟା ରୂପେ ଜନ୍ମ ନେଇଛନ୍ତି। ବିଷ୍ଣୁ ରୂପ ପରିବର୍ତ୍ତନ କରି ସେହି କନ୍ୟା ପାଖକୁ ଯାଇ ବିବାହର ପ୍ରସ୍ତାବ ଦେଇଥିଲେ। ମାଆ ଏହାକୁ ସ୍ୱୀକାର କରିଥିଲେ। ହେଲେ ବିବାହରେ ତାଙ୍କୁ ଧନର ଆବଶ୍ୟକତା ଥିଲା। ଏଥିରେ ଭଗବାନ ଶିବ ଏବଂ ବ୍ରହ୍ମାଦେବଙ୍କୁ ସାକ୍ଷୀ ରଖି କୁବେରଙ୍କଠାରୁ ଋଣ ଆଣିଥିଲେ ଏବଂ କଥା ଦେଇଥିଲେ ଯେ, କଳିଯୁଗ ଶେଷ ହେବା ଭିତରେ କୁବେରଙ୍କର ସମସ୍ତ ସୁଧ-ମୂଳ ପୈଠ କରିଦେବେ ବୋଲି। ଏହାପରେ ଭଗବାନ ବିଷ୍ଣୁଙ୍କ ରୂପରେ ଭେଙ୍କଟେଶ୍ୱର ଏବଂ ମାଆ ଲକ୍ଷ୍ମୀଙ୍କ କନ୍ୟା ଭାବେ ପଦ୍ମାବତୀଙ୍କ ବିବାହ ହୋଇଥିଲା। ଏହି କାରଣ ପାଇଁ ଲୋକେ ବିଶ୍ୱାସ କରନ୍ତି ଯେ, ତାଙ୍କ ପ୍ରଭୁ ଋଣରେ ଅଛନ୍ତି, ସେଥିପାଇଁ ସେ ମନ୍ଦିରରେ ବଡ଼ ସ୍ତରରେ ଧନ-ସଂପତ୍ତି ଦାନ କରିଥାଆନ୍ତି।

Get real time updates directly on you device, subscribe now.