fbpx

କ୍ଷୀର ପିଉଛନ୍ତି ନା ବିଷ? ପୁଷ୍ଟିସାର ବଦଳରେ ମିଶୁଛି କଷ୍ଟିକ ସୋଡ଼ା… Milk ଫ୍ୟାକ୍ଟ୍ରି ଉପରେ ଚଢାଉ

କଟକ: କୁହାଯାଏ କ୍ଷୀର ପିଇବା ଦ୍ୱାରା ଦେହରେ ଶକ୍ତି ଆସେ । ଶରୀରକୁ ବିଭିନ୍ନ ପ୍ରକାରର ଭିଟାମିନ୍ ମିଳିଥାଏ । କିନ୍ତୁ ବର୍ତ୍ତମାନ ଏହି କ୍ଷୀର ହିଁ ବିଷ ପାଲଟି ଯାଇଛି । ଅପମିଶ୍ରିତ କ୍ଷୀର ବିକ୍ରି କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି କମ୍ପାନୀ । କଟକ ସାଲେପୁରରେ ଏଭଳି ଅପମିଶ୍ରିତ କ୍ଷୀର ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଛି । ଫୁଡ୍ ଡିପାର୍ଟମେଣ୍ଟ ଏବଂ କମିସନରେଟ୍ ପୋଲିସ ଏହି ଫ୍ୟାକ୍ଟ୍ରି ଉପରେ ଚଢାଉ କରିଥିବା ଜାଣିବାକୁ ମିଳିଛି ।

ଜଗତପୁର ଥାନା ଅତଡ଼ା ନିକଟରେ ଏହି କ୍ଷୀର ଫ୍ୟାକ୍ଟ୍ରି ଚାଲୁଥିଲା । ଏହି ଫ୍ୟାକ୍ଟ୍ରିରେ କ୍ଷୀର ଭିତରେ କଷ୍ଟିକ ସୋଡ଼ା, ଲୁଣ ଏବଂ ବିଭିନ୍ନ କେମିକାଲ ମିଶାଲ କ୍ଷୀର ପ୍ରସ୍ତୁତ କରାଯାଉଥିଲା । ଅପମିଶ୍ରିତ କ୍ଷୀର ସହ ଦହି, ଲସି ମଧ୍ୟ ଏଠାରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । କଟକ, କେନ୍ଦ୍ରାପଡ଼ା, ପୁରୀ ସହିତ ବିଭିନ୍ନ ଜିଲ୍ଲାକୁ ଏହି କ୍ଷୀର ପଠା ଯାଉଥିଲା । ଏହାପରେ ଫ୍ୟାକ୍ଟ୍ରି ମାଲିକକୁ ଅଟକ ରକି ପଚରା ଉଚରା ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.