fbpx

ଭାରତରେ ମିଳିଲା ମଙ୍କିପକ୍ସର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ , ଯାହାକୁ ଏମରଜେନ୍ସି ଘୋଷଣା କରିଥିଲା WHO

ମଙ୍କିପକ୍ସ କ୍ଲେଡ୍ ୧ର ପ୍ରଥମ ମାମଲା ଭାରତରେ ଚିହ୍ନଟ ହୋଇଛି । କେରଳର ମଲପୁରମରେ ଏହି ମାମଲା ଦେଖିବାକୁ ମିଳିଛି । ନିକଟରେ ପୀଡିତା ୟୁଏଇରୁ ଫେରି ଆସିଥିଲେ । ଏହି ରୋଗର ଲକ୍ଷଣ ଦେଖିବା ପରେ ତାଙ୍କୁ ତୁରନ୍ତ ଆଇସୋଲେସନରେ ରଖି ଚିକିତ୍ସା ଆରମ୍ଭ କରାଯାଇଥିଲା ।

ମଙ୍କିପକ୍ସ କ୍ଲେଡ୍ ୧ କେସ୍ ବିଷୟରେ ଏକ ନ୍ୟୁଜ୍ ଏଜେନ୍ସି ସୂଚନା ଦେଇଛି । ଖବର ଅନୁଯାୟୀ, ମଙ୍କିପକ୍ସ କ୍ଲେଡ୍ ୧ର ପ୍ରଥମ ମାମଲା ଭାରତରେ ରିପୋର୍ଟ ହୋଇଛି । ଗତ ସପ୍ତାହରେ କେରଳର ମଲପୁରମରେ ଏହା ରିପୋର୍ଟ କରାଯାଇଥିଲା । ରୋଗୀ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି । ସେ ୟୁଏଇରୁ ଆସିଥିଲେ । ମଲପୁରମରେ ଚିହ୍ନଟ ହୋଇଥିବା ମଙ୍କିପକ୍ସର ଏହି ଭାରିଆଣ୍ଟକୁ ଡବ୍ଲୁଏଚଓ ଦ୍ୱାରା ହେଲଥ୍ ଏମରଜେନ୍ସି ଘୋଷଣା କରାଯାଇଥିଲା ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି :-

ଗତ ସପ୍ତାହରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଥିଲେ ଯେ ଜଣେ ବ୍ୟକ୍ତି କେରଳରେ ପହଞ୍ଚିବା ପରେ ଶୀଘ୍ର ଲକ୍ଷଣ ଦେଖାଦେଇଥିଲା । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯାହା ପରେ ମଞ୍ଜରୀ ମେଡିକାଲ କଲେଜକୁ ପଠାଯାଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ତାଙ୍କ ନମୁନା ନେଇ କୋଞ୍ଜିକୋଡ ମେଡିକାଲ କଲେଜକୁ ମଙ୍କିପକ୍ସ ପରୀକ୍ଷା ପାଇଁ ପଠାଇଥିଲେ । ସେ କହିଛନ୍ତି ଯେ, ନମୁନା ପରୀକ୍ଷା କରିବା ପରେ ତାହାଙ୍କୁୁ ଚିକିତ୍ସା ପାଇଁ ଆଇସୋଲେଟ କରାଯାଇଛି ।

ଦିଲ୍ଲୀରେ ମିଳିଥିଲା ମଙ୍କିପକ୍ସ କ୍ଲେଡ ୨ର ଭାରିଆଣ୍ଟ :-
ନିକଟରେ ଦିଲ୍ଲୀରେ ମଧ୍ୟ ଜଣେ ଯୁବକ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା । ହରିୟାଣାର ହିସାରର ୨୬ ବର୍ଷ ବୟସ୍କ ଯୁବକ ପରୀକ୍ଷା ପରେ ମଙ୍କିପକ୍ସ କ୍ଲେଡ୍ ୨ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କ୍ଲେଡ୍ ୧ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ମାମଲା ଥିଲା । ଯୁବକ ଜଣକ ପଶ୍ଚିମ ଆଫ୍ରିକୀୟ ଦେଶରୁ ଫେରିଥିଲେ ।

ମଙ୍କିପକ୍ସ କ’ଣ ଜାଣନ୍ତି?

ସ୍ମଲପକ୍ସ ପରି ମଙ୍କିପକ୍ସ ଏକ ଭାଇରାଲ୍ ସଂକ୍ରମଣ । ଏହା ମଣିଷକୁ ମୂଷା କିମ୍ବା ବିଶେଷକରି ମାଙ୍କଡ଼ଠାରୁ ବ୍ୟାପିଥାଏ । ପଶୁମାନଙ୍କଠାରେ ସଂକ୍ରମଣ ପରେ ଏହା ମଣିଷକୁ ବ୍ୟାପିଥାଏ । ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଏ । ଏହା କରୋନା ପରି ପରସ୍ପରକୁ ବ୍ୟାପିଯାଇପାରେ ।

Get real time updates directly on you device, subscribe now.