fbpx

(video) ମୟୂରଭଞ୍ଜରେ ହାତୀ ଉପଦ୍ରବ: ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ

ମୟୂରଭଞ୍ଜ: ଜିଲ୍ଲାର ବାରିପଦା ବନଖଣ୍ଡର ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଶୁଳିଆପଦା ଥାନା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ। ସେହିପରି ମୋରଡ଼ା ଥାନା ଉଲିଡ଼ିହି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସାକ୍ରା ହେମ୍ବ୍ରମ।

ରଘୁନାଥ ଓ ଅନ୍ୟ ୨ଜଣ ଘର ବାରଣ୍ଡାରେ ଶୋଇଥିଲେ। ଗାଁ ଭିତରକୁ ହାତୀ ଆସିବାରୁ, ଭୟରେ ସେଠାରୁ ଦୌଡି ପଳାଇଥିଲେ । ହେଲେ ହାତୀ ହାବୁଡରେ ପଡିଯାଇଥିଲେ ରଘୁନାଥ । ହାତୀ ରଘୁନାଥଙ୍କୁ କଚାଡି ତଳେ ପକାଇବା ସହ ପାଦରେ ଦଳିଦେଇଥିଲେ । ଏଥିରେ ରଘୁନାଥ ଗୁରୁତର ଆହତ ହୋଇଥିଲୋ ତାଙ୍କୁ ବାରିପଦାର ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା ।

ସେହିପରି ମୋରଡ଼ା ଥାନା ଉଲିଡ଼ିହି ଗାଁର ସାକ୍ରା ହେମ୍ବ୍ରମ ସକାଳୁ ସକାଳୁ ଦୁଆରେ ଝାଡ଼ୁ ମାରୁଥିଲେ। ଏହି ସମୟରେ ହାତୀ ଦାଣ୍ଡରେ ପହଞ୍ଚି ଯାଇଥିଲା ଓ ସୁକ୍ରା କିଛି ଭାବିବା ଆଗରୁ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଗତ କିଛି ଦିନ ହେବ ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଡୁ ଆସିଥିବା ହାତୀ ପଲ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ହାତୀଙ୍କ ପାଇଁ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ । ବନବିଭାଗ ହାତୀ ଉପଦ୍ରବ ବିଷୟରେ ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ହେଉଛି ଅଭିଯୋଗ । ବର୍ତ୍ତମାନ ହାତୀଟି ବେତନଟି ରେଞ୍ଜ ଅଂଚଳରେ ଥିବାର ଜଣାପଡିଛିା ତେବେ ହାତୀ ଘଉଡ଼ାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି ବୋଲି ଏବେ ସାଧାରଣରେ ଆଭିଯୋଗ ।

Get real time updates directly on you device, subscribe now.