fbpx

ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା କଲା ଚୀନ୍

ନୂଆଦିଲ୍ଲୀ: ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଖରାପ ଅର୍ଥନୀତିକୁ ସୁଧାରିବା ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା କରିଛି ଚୀନ୍ । ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନାର ଗଭର୍ଣ୍ଣର ପାନ ଗଙ୍ଗସେଙ୍ଗ ଋଣ ଖର୍ଚ୍ଚ ହ୍ରାସ କରିବା ସହ ବ୍ୟାଙ୍କ ଋଣ ବଢ଼ାଇବା ପାଇଁ ଯୋଜନା ଘୋଷଣା କରିଛନ୍ତି । ଚୀନର ଅର୍ଥନୀତି ସହ ଜଡ଼ିତ ଅନେକ ନୈରାଶ୍ୟଜନକ ତଥ୍ୟ ପ୍ରକାଶ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କ ଘୋଷଣା ପରେ ଏବେ ଲୋକଙ୍କ ଆଶା ବଢିଯାଇଛି ।

ଚୀନ୍ ଅର୍ଥନୀତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିବା ପରେ ବିଶ୍ୱର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ଚଳିତ ବର୍ଷ ୫ ପ୍ରତିଶତ ଅଭିବୃଦ୍ଧି ହାର ଲକ୍ଷ୍ୟ ହାତଛଡ଼ା କରିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ପାନ୍ ଗଙ୍ଗସେଙ୍ଗ୍ ଘୋଷଣା ପରେ ଏସିଆର ଷ୍ଟକ ବଜାରରେ ଉନ୍ନତି ଦେଖିବାକୁ ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଗଙ୍ଗସେଙ୍ଗ କହିଛନ୍ତି, ରିଜର୍ଭ ବ୍ୟାଙ୍କ ଗୁଡ଼ିକ ପାଖରେ ଥିବା ନଗଦ ରାଶିକୁ କେନ୍ଦ୍ରୀୟ ବ୍ୟାଙ୍କ ହ୍ରାସ କରିବ ।

ଏହାକୁ ରିଜର୍ଭ ଆବଶ୍ୟକତା ଅନୁପାତ (ଆରଆରଆର) କୁହାଯାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ଆରଆରଆରକୁ ଅଧା ପ୍ରତିଶତ ହ୍ରାସ କରାଯିବ, ଯାହା ବଜାରକୁ ପ୍ରାୟ ୧ ଟ୍ରିଲିୟନ ୟୁଆନ ଆଣିବ ବୋଲି ଆଶା କରାଯାଉଛି । ବର୍ଷ ଶେଷରେ ଆରଆରଆରରେ ଆଉ ଏକ କାଟ ହୋଇପାରେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.