fbpx

‘ପୁଷ୍ପା’ ଏବଂ ବିକ୍କି କୌଶଲଙ୍କ ମଧ୍ୟରେ କଡା ମୁକାବିଲା, ବର୍ଷର ଶେଷ ତ୍ରୈମାସରେ ରିଲିଜ ହେବାକୁ ଯାଉଛି ଏହି ୫ଟି ଦମଦାର ଫିଲ୍ମ

ନୂଆଦିଲ୍ଲୀ: ୨୦୨୪ର ତୃତୀୟ ତ୍ରୈୟ ମାସରେ ବଲିଉଡର ୫ଟି ଧମାକାଦାର ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହି ୫ଟି ଫିଲ୍ମରୁ ଗୋଟିଏ ଫିଲ୍ମ ଏକା ରିଲିଜ ହେବାକୁ ଯାଉଛି। ବାଲି ଫିଲ୍ମ ବକ୍ସ ଅଫିସ କ୍ଲାସ ସହ ରିଲିଜ ହେବ। କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡବାନୀ ଷ୍ଟାର ଫିଲ୍ମ ‘ଭୁଲ ଭୁଲୈୟା’କୁ ନିର୍ଦ୍ଦେଶକ ଅନୀସ ବଜ୍ମୀ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ୧ ନଭେମ୍ବରରେ ରିଲିଜ ହେବ। ଏହା ୨ଟି ପାର୍ଟ ଫିଲ୍ମ ଦମଦାର ହୋଇଥିଲା। ବର୍ତ୍ତମାନ ଏହା ୩ୟ ପାର୍ଟ ଲୋକଙ୍କୁ ଭଲ ଲାଗିବ ବୋଲି କୁହାଯାଉଛି। ତେବେ ଏହି ଫିଲ୍ମ ବକ୍ସ ଅଫିସରେ ଅଜୟ ଦେବଗନଙ୍କ ଫିଲ୍ମ ସିଂଘମକୁ ଟକ୍କର ଦେବ।

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସିଂଘମ ଅଗେନ’ ସିନେମା ହଲରେ ରିଲିଜ ହେବାକୁ ଯାଉଛି। ଅଜୟ ଦେବଗନ ଏବଂ କରୀନା କପୁର ଷ୍ଟାରଙ୍କ ଏହି ଫିଲ୍ମରେ ଦୀପିକା ପାଦୁକୋନ, ରନବୀର ସିଂହଙ୍କ ସମେତ ଅନେକ ଭଲ ଭଲ କଳାକାର ଏହି ଫିଲ୍ମରେ ନଜର ଆସିବେ।

ସାଉଥ ସୁପରଷ୍ଟାର ସୂର୍ଯ୍ୟାଙ୍କ ଫିଲ୍ମ କଙ୍ଗୁୱା ୧୪ ନଭେମ୍ବରରେ ସିନେମା ହଲରେ ରିଲିଜ ହେବ। ଏହି ଫିଲ୍ମ ମଧ୍ୟ ଏକ ବଡ ବଜେଟ ଫିଲ୍ମ। ଫିଲ୍ମରେ ସୂର୍ଯ୍ୟାଙ୍କ ସହ ବବି ଦେଓଲ ମଧ୍ୟ ନଜର ଆସିବେ। ସୂର୍ଯ୍ୟାଙ୍କ ସହ ଦିଶା ପାଟନୀ ମଧ୍ୟ ଲିଡ ରୋଲରେ ନଜର ଆସିବେ। ଏଥିସହ ପ୍ରକାଶ ରାଜ, କୀର୍ତ୍ତି, ଜଗପତି ବାବୁଙ୍କ ଭଳି ଅନେକ ଷ୍ଟାର ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୧୭ ଡିସେମ୍ବର ୨୦୨୧ରେ ରିଲିଜ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍କିତ ଏହି ଚଳଚ୍ଚିତ୍ରଟି ଭାରତର ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା। ଫିଲ୍ମଟି ୱାର୍ଲଡୱାଇଡ ୩୫୦ କୋଟି ଟଙ୍କା ରୋଜଗାର କରିଥିଲା। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ପାର୍ଟ ପୁଷ୍ପା-୨ ଡିସେମ୍ବର ୬ ତାରିଖରେ ରିଲିଜ ହେବାକୁ ଯାଉଛି। ଏହି ସମାନ ତାରିଖରେ ବିକ୍କି କୌଶଲଙ୍କ ଫିଲ୍ମ ଛାୱା ରିଲିଜ ହେଉଛି। ଏବେ ଦେଖିବାକୁ ପଡିବ ଯେ, ଏହି ଫିଲ୍ମ ବକ୍ସ ଅଫିସରେ କେତେ ଟଙ୍କା ରୋଜଗାର କରୁଛି।

ବଲିଉଡ ଷ୍ଟାର ବିକ୍କି କୌଶଲ ପ୍ରତି ଅଭିନୟ ପାଇଁ ଫିଟ ହୋଇଥାଆନ୍ତି। ଏଥିରେ ଦର୍ଶକ ତାଙ୍କର ପ୍ରଶଂସା କରୁଛନ୍ତି। ବିକ୍କି କୌଶଲ ନିଜ ଫିଲ୍ମ ଛାୱାର ଲୁକରେ ଫଟୋ ଉଠାଇଥିଲେ, ଯାହା ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି। ତେବେ ୬ ଡିସେମ୍ବରରେ ରିଲିଜ ହେଉଥିବା ଫିଲ୍ମ ଛାୱା ପୁଷ୍ପା-୨କୁ କଡ଼ା ଟକ୍କର ଦେବ।

Get real time updates directly on you device, subscribe now.