fbpx

(Video) ବନ୍ଦେ ଭାରତ ପରେ ଏକ୍ସପ୍ରେସ ଟ୍ରେନକୁ ପଥରମାଡ; ଭାଙ୍ଗିଗଲା କାଚ, ଯାତ୍ରୀ ଆହତ

ନୂଆଦିଲ୍ଲୀ : ବନ୍ଦେ ଭାରତ ଟ୍ରେନକୁ ପଥର ମାଡ ଖବର ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ଏକ୍ସପ୍ରେସ ଟ୍ରେନକୁ ପଥରମାଡ ଖବର ସାମ୍ନାକୁ ଆସିଛି । ବିହାରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଜୟନଗରରୁ ଦିଲ୍ଲୀ ଯାଉଥିବା ସ୍ବତନ୍ତ୍ରତା ସେନାନୀ ଏକ୍ସପ୍ରେସକୁ ସମସ୍ତିପୁର ଷ୍ଟେସନ ନିକଟରେ ପଥଜରମାଡ ହୋଇଛି । ଏହି ଘଟଣାରେ କୋଚରେ ରହିଥିବା ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତିପୁରରେ ସମସ୍ତଙ୍କ ଚିକିତ୍ସା କରାଯାଇଥିବା ବେଳେ କାରଣ ଖୋଜୁଛି ପୋଲିସ ।

ରାତି ପ୍ରାୟ 11 ଟା ବେଳେ ସମସ୍ତିପୁରରେ କିଛି ସମୟ ଅଟକି ରହିବା ପରେ ଟ୍ରେନ୍ ମୁଜାଫରପୁର ଅଭିମୁଖେ ଯାତ୍ରା କରିଥିଲା । ଆଉଟର ସିଗନାଲରେ ପହଞ୍ଚିବା ମାତ୍ରେ ଟ୍ରେନକୁ ପଥରମାଡ ଆରମ୍ଭ ହୋଇଥିଲା । ହଠାତ୍ ଏହା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ପ୍ରାୟ 45 ମିନିଟ୍ ବିଳମ୍ବରେ ଟ୍ରେନ୍ ମୁଜାଫରପୁର ଜଙ୍କସନରେ ପହଞ୍ଚିଥିବା ଜଣାପଡିଛି ।

ସୂଚନା ପାଇବା ପରେ ଆରପିଏଫ ଏବଂ GRP କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ । ପଥର ଫିଙ୍ଗିବା କାରଣରୁ ପ୍ୟାଣ୍ଟ୍ରି କାର ନିକଟରେ A1 ଏବଂ B2 କୋଚର ଗ୍ଲାସ ପ୍ୟାନ ଭାଙ୍ଗିଯାଇଥିଲା । ତେବେ ଚର୍ଚ୍ଚା ହେଉଛି କି, ଦିବ୍ରୁଗଡ଼-ନୂଆଦିଲ୍ଲୀ ଏକ୍ସପ୍ରେସ ଉପରେ ପଥରମାଡ ନେଇ ଯୋଜନା କରାଯାଇଥିଲା । କିନ୍ତୁ ଏହା ସମ୍ଭବ ହୋଇପାରି ନଥିଲା । ଏହାପରେ ସ୍ବତନ୍ତ୍ରତା ସେନାନୀ ଏକ୍ସପ୍ରେସକୁ ଟାର୍ଗେଟ କରାଯାଇଥିଲା । ତେବେ ଯେଉଁମାନେ ଏଭଳି କାଣ୍ଡ ଭିଆଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି ଯେ, ଏସି ବଗିର କାଚ ଭାଙ୍ଗି ଯାଇଛି । ଜୋରରେ ପବନ ବୋହିବା କାରଣରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି । କିଛିଜଣ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି ।

Get real time updates directly on you device, subscribe now.