fbpx

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର; ପରିବର୍ତ୍ତନ ହେଲା ନିୟମ, ଏଣିକି ମିଳିବ..

ଭୁବନେଶ୍ବର : ରାସକାର୍ଡକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅକ୍ଟୋବରରୁ ପରିବର୍ତ୍ତନ ହେବ ନିୟମ । ଏଣିକି ରାସନରେ ସାମିଲ ହେବ ଗହମ । ଅକ୍ଟୋବର ମାସରୁ ରାସନକାର୍ଡ ହିତାଧିକାରୀଙ୍କୁ ଗହମ ମିଳିବ । ଓଡିଶା ସମେତ 9 ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବା ନେଇ ଘୋଷଣା କରାଯାଇଛି । ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଚିଠି ଲେଖିଛି । ପ୍ରକାଶଥାଉକି, ଚାଉଳ ସହ ଗହମ ଦିଆଯିବା ନେଇ ମନ୍ତ୍ରୀ ପୂର୍ବରୁ ବିଧାନସଭାରେ କହିଥିଲେ ।  ପୂର୍ବରୁ ରାସନକାର୍ଡରେ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳୁଥିବା ବେଳେ ଏହାକୁ ବନ୍ଦ କରାଯାଇଥିଲା । ବିଜେଡି ସରକାର ଥିବା ସମୟରେ ଗହମକୁ ବନ୍ଦ କରାଯାଇ କେବଳ ଚାଉଳ ଦିଆଯାଉଥିଲା । ହେଲେ ଓଡିଶାରେ ପୁଣିଥରେ ଗହମ ମିଳିବ ବୋଲି ସରକାର ଘୋଷଣା କରିଥିବା ବେଳେ ଆଜି ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ଚିଠି ମଧ୍ୟ କରାଯାଇଛି ।

Get real time updates directly on you device, subscribe now.