fbpx

ବନ୍ଧୁକ ମୁନରେ ନାବାଳକଙ୍କୁ ଯୌନ ନିର୍ଯାତନା; ୪ ଜଣ ଯୁବକ ମିଶି ଚଟାଇଲେ ଜୋତା

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ନାବାଳକଙ୍କୁ ଜୋତା ଚଟାଇବା ସହ ବନ୍ଧୁକ ଦେଖାଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମାନେ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଯୌନ ନିର୍ଯାତନା ଦେବା ସହ ଜୋତା ଚାଟାଇବାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓ ଭାଇରାଲ ହେବା ପରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କର ପୂର୍ବ ଅପରାଧିକ ରେକର୍ଡ ରହିଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଓ ଡକାୟତି ଭଳି ଅନେକ ମାମଲା ରହିଛି।

ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଏକ ଗ୍ୟାଙ୍ଗ୍ ଶକ୍ତି ପ୍ରଦର୍ଶନ କରି ଜଣେ ୧୭ ବର୍ଷୀୟ ବାଳକକୁ ଜୋତା ଚାଟିବାକୁ ବାଧ୍ୟ କରିଥିଲେ। ସେମାନେ ମିଶି ଉକ୍ତ ନାବାଳକଙ୍କୁ ଓରାଲ ସେକ୍ସ କରିବାକୁ ବାଧ୍ୟ କରିଥିଲେ। ବନ୍ଧୁକ ଭୟରେ ପିଲାଟି ଏପରି କରିବାକୁ ବାଧ୍ୟ ହୋଇଥିଲା । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ହରିଶ ଭାଟିଆ (୩୮), ପଙ୍କଜ ଓରଫ ମାୟା (୩୭), ଅଭିଷେକ ଓରଫ ଅମନ (୨୫) ଓ ଆର୍ଯ୍ୟନ ଓରଫ ମନ୍ନୁ (୨୨)।

ପୋଲିସର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୪ ତାରିଖରେ ଅଭିଯୁକ୍ତ ପୀଡ଼ିତଙ୍କୁ ଜାହାଙ୍ଗୀରପୁରୀକୁ ଟାଣି ଆଣି ତାଙ୍କୁ ଗୋଇଠା ପର୍ ଗୋଇଠା ମିରିଥିଲେ । ବନ୍ଧୁକ ଦେଖାଇ ଜୋତା ଚାଟିବାକୁ ବାଧ୍ୟ କରିଥିଲା। ଅଭିଯୁକ୍ତ ମାନେ ପୀଡ଼ିତଙ୍କୁ ଅପମାନିତ କରିବା ପାଇଁ ତାଙ୍କୁ ଯୌନ ନିର୍ଯାତନା ଦେବାର ଭିଡିଓ ମୋବାଇଲ୍ ଫୋନରେ ତିଆରି କରିଥିଲେ ଏବଂ ନିଜର ପତିଆରା ଦେଖାଇବା ପାଇଁ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

Get real time updates directly on you device, subscribe now.