fbpx

(Video) କାନପୁର ଟେଷ୍ଟରେ ବିରାଟ ଅଘଟଣ! ବାଂଲାଦେଶ ଫ୍ୟାନଙ୍କୁ ନିର୍ଦ୍ଧୁମ ମାଡ଼, ଅଚେତ୍ ହୋଇଗଲେ ଯୁବକ

ନୂଆଦିଲ୍ଲୀ: ଆଜିଠାରୁ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । କିନ୍ତୁ ମ୍ୟାଚ୍ ଚାଲିଥିବା ବେଳେ ଦେଖିବାକୁ ମିଳିଛି ଏକ ଅଜବ ଏବଂ ଲଜ୍ଜାଜନକ ଘଟଣା । ବାଂଲାଦେଶର ‘ସୁପରଫ୍ୟାନ୍’ଙ୍କୁ କିଛି ଲୋକ ନିସ୍ତୁଚକ ମାଡ଼ ମାରିଥିବା ଘଟଣା ସାମନାକୁ ଆସିଛି । ଯୁବକ ଜଣକ ଏହି ମ୍ୟାଚରେ ବାଂଲାଦେଶକୁ ସମର୍ଥନ କରିବାକୁ ଆସିଥିବା ବେଳେ ଏଭଳି ଘଟଣା ଘଟିଯାଇଛି । ମାରପିଟ ପରେ ବାଂଲାଦେଶୀ ଫ୍ୟାନ୍ ଅଚେତ୍ ହୋଇଯାଇଥିବା ମଧ୍ୟ ଦେଖାଯାଇଛି । ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବର୍ତ୍ତମାନ କାନପୁର ଷ୍ଟାଡିୟମରୁ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟରେ ଅତିଥି ଦଳର ‘ସୁପରଫ୍ୟାନ୍’ ଟାଇଗର ରବିଙ୍କୁ କିଛି ଲୋକ ନିର୍ଦ୍ଧୁମ ମାଡ଼ ମାରିଥିବା ସୂଚନା ମିଳିଛି । ରବି ବାଂଲାଦେଶକୁ ସମର୍ଥନ କରି ‘ବାଘ’ ଚିହ୍ନ ଥିବା ଡ୍ରେସ ପିନ୍ଧିଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟାଇଗରଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଛି । ତେବେ ବର୍ତ୍ତମାନ ସୁଦ୍ଧା ରବି ଘଟରା ସମ୍ପର୍କରେ ସଠିକ ଭାବରେ ପ୍ରକାଶ କରି ପାରିନାହାନ୍ତି । ତେବେ ମାରପିଟ ସମୟରେ ତାଙ୍କ ପେଟକୁ କେହି ଜଣେ ମାଡ଼ ମାରିଥିବା ସେ ସଂକେତ ଦେଇଛନ୍ତି ।

ଏ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ରବି ଷ୍ଟାଡିୟମ୍ ବାହାରକୁ ଆସିବା ସମୟରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସେ ଅଚେତ ହେବା ଅବସ୍ଥାରେ ଥିବା ବେଳେ ତାଙ୍କୁ ବସିବା ପାଇଁ ଏକ ଚେୟାର ଦିଆଯାଇଥିଲା, କିନ୍ତୁ ସେ ଚେୟାରରେ ବସି ପାରିନଥିଲେ । ଏହାପରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଛି । ଷ୍ଟାଡିୟମରେ ତାଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ସେପଟେ ପୋଲିସ ଏହି ମାରପିଟ ଘଟଣାକୁ ଖଣ୍ଡନ କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମାମଲାର ସମ୍ପୂର୍ଣ୍ଣ ସ୍ପଷ୍ଟ ତଥ୍ୟ ସାମନାକୁ ଆସିନାହିଁ । ସୁସ୍ଥ ହେବା ପରେ ରବିଙ୍କ ବୟାନକୁ ଅପେକ୍ଷା କରି ରହିଛି ପୋଲିସ ।

Get real time updates directly on you device, subscribe now.