fbpx

(Video) ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ବୋଲି କଣ କ୍ଷମା… ପୋଲିସ ଏସକର୍ଟରେ ରିଲ୍ସ କରି ନିୟମ ଭାଙ୍ଗିଲେ, ମନ୍ତ୍ରୀ କହୁଛନ୍ତି ମୋ ପୁଅ…

ଭୁବନେଶ୍ବର : ଅଜବ ଦୃଶ୍ୟ । ଖୋଲା ଜିପରେ ଟ୍ରାଫିକ ନିୟମ ଭାଙ୍ଗି ରିଲ୍ସ କରୁଛନ୍ତି ଉପମୁଖ୍ୟମନ୍ତ୍ରୀଙ୍କ ପୁଅ । ତା ଉପରେ ପୁଣି ସୁରକ୍ଷା ଦେଉଛନ୍ତି ପୋଲିସ ବାବୁ । ପୋଲିସ ଏସକର୍ଟ ଭିତରେ ଯାଉଛନ୍ତି ଉପମୁଖ୍ୟମନ୍ତ୍ରୀଙ୍କ ପୁଅ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ତେବେ ଜିପରେ ରହିଥିବା ଯୁବକଜଣକ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରଓ୍ବାଙ୍କ ପୁଅ । ଭିଡିଓରେ 4 ଜଣ ଯୁବକ ଖୋଲା ଜିପରେ ବସିଥିବା ଦେଖାଯାଇଛି । ପୋଲିସର ସହାୟତାରେ ସାଙ୍ଗସାଥିକୁ ନେଇ ରାସ୍ତାରେ ଏଭଳି କାଣ୍ଡ କରୁଥିବା ଦେଖାଯାଇଛି ।

ତେବେ ପୁଅର ଭିଡିଓ ଭାଇରାଲ ହେବା ପରେ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଭିଡିଓରେ ମୋ ପୁଅ ରହିଛି । କିନ୍ତୁ ଏଥିରେ କୌଣସି ଭୁଲ ନାହିଁ । ମୋଦୀ ଜି ମୋତେ ଏହି ଉପମୁଖ୍ୟମନ୍ତ୍ରୀ ପଦରେ ବସାଇଛନ୍ତି ଏହା ମୋର ସୌଭାଗ୍ୟ । ଏହାପରେ ମୋ ପୁଅ ମଧ୍ୟ ଦାମୀ ଗାଡିରେ ବସିବାର ସୌଭାଗ୍ୟ ପାଇଲା । ମୋ ପୁଅ ସିନିୟର ସ୍କୁଲରେ ପଢୁଛି ଏବଂ ଭିଡିଓରେ ସେ ସାଙ୍ଗମାନଙ୍କ ସହ ରହିଛି । ପୁଅକୁ 18 ବର୍ଷ ମଧ୍ୟ ହୋଇ ନାହିଁ । ପୋଲିସ ତାକୁ ଏସକର୍ଟ ଦେଉନାହିଁ । ସୁରକ୍ଷା ପାଇଁ ପଛେପଛେ ଆସୁଛି । ଯଦି କେହି ଏହାକୁ ନେଇ ଅଯଥାରେ ଚର୍ଚ୍ଚା କରୁଛନ୍ତି, ତେବେ ତାହା ତାଙ୍କର ପସନ୍ଦ । କେଉଁ ପରିସ୍ଥିତିରେ ତାଙ୍କୁ ଏଭଳି ଏସକର୍ଟ ପ୍ରଦାନ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ୟୁଜର୍ସ ।

Get real time updates directly on you device, subscribe now.