fbpx

Jr NTRଙ୍କ ‘ଦେବରା’ ଦେଖୁଦେଖୁ ଜଣେ ଫ୍ୟାନ୍ସଙ୍କୁ ଆସିଲା ହାର୍ଟ ଆଟାକ୍, ମେଡିକାଲରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ ଦେବରା ୨୭ ଡିସେମ୍ବରରେ ରିଲିଜ୍ ହୋଇଛି । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ । ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ ଦେବରାକୁ ଦେଖୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ହାର୍ଟ ଆଟାକ୍ ଆସିଥିଲା । ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା । ରିପୋର୍ଟ ଅନୁସାରେ, ସ୍କିନିଂ ସମୟରେ ବ୍ୟକ୍ତିଜଣଙ୍କ ବହୁତ ଖୁସିଥିଲେ ଓ ସବୁ ସିନକୁ ଉପଭୋଗ କରି ତାଳି ବଜାଉଥିଲେ । ଠିକ୍ ସେତିକିବେଳେ ତାଙ୍କର ଅବସ୍ଥା ବିଗିଡ଼ି ଯାଇଥିଲା ।

ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଥିଏଟରରେ ହୃଦଘାତରେ ଏହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ଖବର ଶୁଣି ଜୁନିଅର ଏନଟିଆରର ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ସେହି ବ୍ୟକ୍ତିଙ୍କ ପରିବାର ଲୋକ ଗଭୀର ଭାବରେ ସଦମାରେ ଅଛନ୍ତି ।

ତେବେ ଜୁନିୟର ଏନଟିଆର ଓ ଜାହ୍ନବୀ କପୁରଙ୍କ ଫିଲ୍ମ ଦେବରା କୋରଟାଲା ଶିବାଙ୍କ ଦ୍ୱାରା ନିର୍ଦ୍ଦେଶିତ । ଜାହ୍ନବୀ କପୁର ଏହି ଚଳଚ୍ଚିତ୍ର ସହିତ ସାଉଥରେ ଡେବ୍ୟୁ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ଦୁଇଟି ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ ଭିଲେନ ଭୂମିକାରେ ଅଭିନୟ କରୁଛନ୍ତି । ଦେବରା ପ୍ରଥମ ଦିନରେ ସାରା ବିଶ୍ୱରେ ୧୪୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି ।

Get real time updates directly on you device, subscribe now.